ଭବିଷ୍ୟତଗଢା ମନ୍ଦିରରେ ନଷ୍ଟ କରାଯାଉଛି ପିଲାଙ୍କ ଭବିଷ୍ୟତ…

ବେଗୁନିଆପଡା : ସ୍ୱାଧୀନ ଭାରତର ପରାଧିନ ଚିତ୍ର । ଭବିଷ୍ୟତଗଢା ମନ୍ଦିରରେ ନଷ୍ଟ କରାଯାଉଛି ପିଲାଙ୍କ ଭବିଷ୍ୟତ । ଏଥିପାଇଁ ଦୋଷ ଦେବା କାହାକୁ ? ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥାକୁ ନା ୫ଟି ନାଁରେ ବାଃ ବାଃ ନେଉଥିବା ସରକାରଙ୍କୁ । ଏ ଚିତ୍ର ବୟାନ କରୁଛି ଯେ, ସରକାରୀ ବିଦ୍ୟାଳୟ ପ୍ରତି ଲୋକେ କାହିଁକି ମୁହଁ ମୋଡୁଛନ୍ତି । ପିଲାଙ୍କୁ ସ୍କୁଲ ମୁହାଁ କରାଇବା ଲାଗି ସରକାର ମାଗଣା ପୋଷାକ, ବହି, ଖାତା ଏପରିକି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଇଲେ । ଏହାସହ ପିଲାଙ୍କ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସ୍ମାର୍ଟ ଶ୍ରେଣୀଗୃହ ମଧ୍ୟ ନିର୍ମାଣ କରାଇଲେ ।
ବାହ୍ୟ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଆପଣ ବି କହିବେ ବିଦ୍ୟାଳୟ ସ୍ମାର୍ଟ । ହେଲେ ଭିତର ଚିତ୍ର କହିବ ଆମ ସ୍ମାର୍ଟ ସ୍କୁଲ ବ୍ୟବସ୍ଥା କେତେ ସ୍ମାର୍ଟ । ବିଦ୍ୟାଳୟରେ ଯଦି ପିଲା ପାଠ ପଢିବା ବଦଳରେ ବାସନ ମାଜିବେ, ତେବେ ଦେଶର ଉନ୍ନତି କେବେ ହେବ ତାହା ଦର୍ଶକ କହିବେ । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ବଡ଼ ଗୁଡ଼ିଆଳି ପ୍ରାଥମିକ ସ୍କୁଲର । ତେବେ ଦେଖିବାକୁ ବାକି ରହିଲା ଏ ଦୃଶ୍ୟ ପ୍ରକାଶ ପାଇବା ପରେ ସରକାର ଏ ନେଇ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ