ଓଡିଶା

ଲୋକଙ୍କ ଉପରେ ଦାଉ ସାଧୁଛି ଭୋଲ୍ଟାଜ କମ୍ପାନୀ…

ଢେଙ୍କାନାଳ : ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ନୟାଭାଗୀରଥିପୁର ଗ୍ରାମପଞ୍ଚାୟତର କାଳୁସାହି କାଟେଣୀ ଗ୍ରାମର । ଆଜକୁ ପ୍ରାୟ ତିନି ବର୍ଷ ତଳେ କେନ୍ଦ୍ର ସରକାର, ଆଠଶହ କୋଟି ଟଙ୍କାର ବ୍ୟୟ ଅଟକଳରେ ଉଭୟ ଓଡାପଡା ଓ ହିନ୍ଦୋଳ ବ୍ଲକର ୫୧ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଏକ ମେଗା ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଯେଉଁ ପ୍ରକଳ୍ପର ନିର୍ମାଣ କାମକୁ ହାତକୁ ନେଇଛି ଭୋଲ୍ଟାଜ କମ୍ପାନୀ । ହେଲେ ଭୋଲ୍ଟାଜ କମ୍ପାନୀ ତିନି ବର୍ଷ ହେଲାଣି ଉନ୍ନୟନ କାମ କରିବା ନାଁରେ ଲୋକଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଛି ।

କେତେବେଳେ କମ୍ପାନୀ ସ୍ଥାନୀୟ ପ୍ରଶାସନକୁ ହାତ ବାରିସୀ କରି ରାସ୍ତାଘାଟ ଭାଙ୍ଗୁଛି ତ ଆଉ କେଉଁଠି ବ୍ରିଜ ଭାଙ୍ଗି ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛି । ଏପରିକି ହାତୀ ଚଲାପଥରେ ବଡ଼ ବଡ଼ ଗାତ ଖୋଳିଛି କମ୍ପାନୀ । ଖାଲି ସେତିକି ନୁହେଁ କମ୍ପାନୀ ପାନୀୟ ଜଳ ପାଇଁ ବ୍ୟବହୃତ କରୁଥିବା ମୋଟା ମୋଟା ପାଇପ ସବୁ ଏବେ ନୟାଭାଗୀରଥିପୁର ପଞ୍ଚାୟତର ଅନେକ ଗାଁର ରାସ୍ତା ମଝିରେ ପୋତା ହୋଇଛି ।  ଯେଉଁଥିପାଇଁ ବ୍ରଜବିହାରୀପୁର ମୁଖ୍ୟ ରାସ୍ତା ଏବେ ଭାଙ୍ଗି ମରଣଯନ୍ତା ପାଲଟିଛି । ଏହାସହ ପ୍ରତ୍ୟେକ ଦିନ ଭୋଲ୍ଟାଜ କମ୍ପାନୀର ଶହ ଶହ ଭାରିଯାନ କାଳୁସାହି କାଟେଣୀ ଗ୍ରାମ ଦେଇ ଯାତାୟାତ କରୁଛି, ଯାହାଫଳରେ ଜାତୀୟ ରାଜପଥକୁ ଲାଗିଥିବା ଗଉଡ଼ କାଟେଣୀ ଛକର ଅବସ୍ଥା ଏବେ ଶୋଚନୀୟ ହୋଇଗଲାଣି । ଆଉ ଏପଟେ ୫୫ ନମ୍ବର ଜାତୀୟ ରାଜପଥର ଦକ୍ଷିଣ ଦିଗରେ ଥିବା ରେଂଗାଳୀ ବ୍ରିଜ ଉପରେ ଅନେକ ଭାରିଯାନ ଚଳାଚଳ କରି ବ୍ୟାରିକେଟ ଭାଙ୍ଗିଯିବା ଫଳରେ ତାହା ମୁକୁଳା ହୋଇ ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି । ଯେଉଁ ବ୍ରିଜ ଉପରେ ନିର୍ଭର କରନ୍ତି ପ୍ରାୟ ଦୁଇଟି ପଞ୍ଚାୟତର ଦଶରୁ ଅଧିକ ଗ୍ରାମର ଲୋକ ।

ଏ ବାବଦରେ ଅଧିକ ସୂଚନା ପାଇଁ ଆମ ପ୍ରତିନିଧି ନୟାଭାଗୀରଥିପୁର ସରପଞ୍ଚ ଜତି ନାୟକଙ୍କ ସହ ଆଲୋଚନା କରିଥିଲେ । ସେ କହିଥିଲେ ଯେ, “ମୁଁ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ଅଛି । ଏ ବାବଦରେ ଅନେକଥର ତହସିଲଦାରଙ୍କୁ ମଧ୍ୟ କହିଛି ଯେ, ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।”

ସ୍ଥାନୀୟ ସରପଞ୍ଚଙ୍କ ହିସାବରେ କମ୍ପାନୀ କର୍ତ୍ତୃପକ୍ଷ ଗ୍ରାମବାସୀ ଅବା ସରପଞ୍ଚଙ୍କ ସହିତ କେବେହେଳେ ଆଲୋଚନା କରିନାହାନ୍ତି । ଏପରିକି ଭୋଲଟାଜ କମ୍ପାନୀ ଅନେକ ରାସ୍ତା ଘାଟ ଓ ବ୍ରିଜି ଭାଙ୍ଗି ତାହାର ମରାମତି ମଧ୍ୟ କରୁ ନାହିଁ । ଯେଉଁଥିପାଇଁ ଲୋକ ହଇରାଣ ହେବା ସହିତ ନିଜର ଅସନ୍ତୋଷ ପ୍ହେରକାଶ କରିଛନ୍ତି । ଯଦି ଆଗାମୀ ଦିନରେ ସରକାର ଏ ନେଇ ଉଟିତ୍ ପଦକ୍ଷେପ ନ ନେବେ ତାହାଲେ ପଞ୍ଚାୟତବାସୀ ବାଧ୍ୟ ହୋଇ ରାଜରାସ୍ତାକୁ ଏହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଦେଖିବାକୁ ବାକି ରହିଲା ଭୋଲ୍ଟାଜ କମ୍ପାନୀ କେବେ ଏହି ସବୁ ସମସ୍ୟାର ସମଧାନ କରୁଛି ।

ରିପୋର୍ଟ : ଢେଙ୍କାନାଳ ଓଡାପଡାରୁ ଗୋପବନ୍ଧୁ ବାରିକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା