ଡେଲଟା ଛକ ନିକଟରେ “ଏଚପି ସ୍କୋୟାର” ଆରମ୍ଭ କରିବାକୁ ଯାଉଛି ନୂତନ ବିଳାସପୂର୍ଣ୍ଣ ସେଗମେଣ୍ଟ ଆବାସକ ତଥା ବାଣିଜ୍ୟକ ପ୍ରକଳ୍ପ…

ଭୁବନେଶ୍ୱର : ହର୍ଷପ୍ରିୟା ଗ୍ରୁପ୍, ଇନୋଭେସନ୍ ଏବଂ ଗୁଣବତ୍ତା ବିଳାସପୂର୍ଣ୍ଣ ପ୍ରକଳ୍ପର ଏକ ଉଦାହରଣ । ଦୀର୍ଘ ୩୨ ବର୍ଷ ଧରି ଓଡିଶା ରିଏଲ୍ ଇଷ୍ଟେଟ୍ ଇଣ୍ଡଷ୍ଟ୍ରିର ଏକ ଅଗ୍ରଣୀ ସଂସ୍ଥା । କମ୍ପାନୀ ଫରେଷ୍ଟ ପାର୍କ ଡେଲଟା ଛକ ନିକଟରେ ଏହାର ନୂତନ ବିଳାସପୂର୍ଣ୍ଣ ସେଗମେଣ୍ଟ ଆବାସିକ ତଥା ବାଣିଜ୍ୟକ ପ୍ରକଳ୍ପ “ଏଚପି ସ୍କୋୟାର” ଆରମ୍ଭ କରିବାକୁ ଘୋଷଣା କରିଛି ।
ଏହି ଅବସରରେ ହର୍ଷପ୍ରିୟା ଗ୍ରୁପର ଏମ୍ ଡି ଚେତନ କୁମାର ଟେକରିୱାଲ କହିଛନ୍ତି, ୧୯୯୧ ମସିହାରୁ ହର୍ଷପ୍ରିୟା ଗ୍ରୁପ୍ ସବୁବେଳେ ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଇଆସୁଛି ।
“ଏଚପି ସ୍କୋୟାର” ହେଉଛି ଏକ ସୁରକ୍ଷିତ, ଗେଟେଡ୍ କମୁ୍ୟନିଟି ଯାହା ୨.୨ ଏକରରୁ ଅଧିକ ଜାଗାରେ ନିର୍ମିତ ହେଉଛି । ପ୍ରଶସ୍ତ ଭାବରେ ପରିକଳ୍ପିତ ଆପାର୍ଟମେଣ୍ଟର ପ୍ରତ୍ୟେକ ଉପାଦାନ ପ୍ରିମିୟମ୍ ଗୁଣବତ୍ତା ଯୁକ୍ତ ପର୍ଯ୍ୟାପ୍ତ, ଖୋଲା ସ୍ଥାନ ସହିତ ଏହି ପ୍ରକଳ୍ପ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ । ଟାୱାର ଏ ଏବଂ ବି ମଧ୍ୟରେ ଏକ ସ୍କାଏ ବ୍ରିଜ୍ ରହିବ । ଏହି ପ୍ରୋଜେକ୍ଟରେ ୫ ତାରକା ସୁବିଧା ସହିତ ସୀମିତ ସଂସ୍କରଣ ୨୬୨ ୟୁନିଟ୍ ୨/୩ /୩.୫/୪.୫ ବିଏଚକେ ଘର ରହିବ ।
ଏହି ଉନ୍ମୋଚନ ବିଷୟ ଘୋଷଣା କରି ହର୍ଷପ୍ରିୟା ଗ୍ରୁପ୍ ନିଦେ୍ର୍ଦଶକ ହର୍ଷ ଟେକରୀୱାଲ କହିଛନ୍ତି, ଯେ ଆମେ ଆପାଟମେଣ୍ଟ ନିର୍ମାଣ କରୁନାହୁଁ; ଆମେ ଆମର ଗ୍ରାହକଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରୁ । “ଏଚପି ସ୍କୋୟାର” ହେଉଛି ଆମର ଗ୍ରାହକଙ୍କ ସମସ୍ତ ସ୍ୱପ୍ନର ମିଶ୍ରଣ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ