ଓଡିଶା

ଅମୃତ ଭାରତ ଯୋଜନାରେ ୫୦୮ଟି ଷ୍ଟେସନର ପୁର୍ନବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଜଟଣୀ : ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆରମ୍ଭ ହୋଇଥିବା ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ଯାତ୍ରୀମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ତଥା ସେବା ଯୋଗାଇବା ପାଇଁ ସାରା ଦେଶରେ ରେଳ ଷ୍ଟେସନ ଭିତ୍ତିଭୂମିକୁ ଆଧୁନିକରଣ ତଥା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଅନ୍ତର୍ଗତ ଭାରତୀୟ ରେଳବାଇର ୧୩୦୯ଟି ଷ୍ଟେସନର ନବୀକରଣ ସହ ଆଧୁନିକରଣ ପାଇଁ ଯୋଜନା କରାଯାଇଛି । ଏହି ଯୋଜନାରେ ଓଡିଶାର ୫୭ଟି ଷ୍ଟେସନ ରହିଥିବା ବେଳେ ଖୋର୍ଦ୍ଧାରୋଡ଼ ଡିଭିଜନର ୨୫ ଷ୍ଟେସନକୁ ସାମିଲ୍ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧରୋଡ ଡିଭିଜନର ୧୧ଟି ଷ୍ଟେସନର ପୁନଃବିକାଶ କରାଯିବ I ଏ ନେଇ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଅମୃତ ଭାରତ ଯୋଜନା ଅଧୀନରେ ୫୦୮ଟି ଷ୍ଟେସନର ପୁର୍ନବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି I

ଏ ନେଇ ଭାରତ ସରକାରଙ୍କ ପକ୍ଷରୁ ୫୩୮କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି I ଷ୍ଟେସନର ଆଧୁନିକରଣ ସହିତ ନୂତନ ଷ୍ଟେସନ୍ ବିଲଡିଂ, ଷ୍ଟେସନ୍ ଫାସେଡ୍, ପ୍ରବେଶଦ୍ୱାର, ପ୍ରତୀକ୍ଷାଳୟ, ପାରିପାର୍ଶ୍ଵିକ କ୍ଷେତ୍ର ଇତ୍ୟାଦିରେ ଉନ୍ନତିକରଣ ହେବ I ଲିଫ୍ଟ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଆଧୁନିକ ଆସବାବପତ୍ର ସହିତ ଉନ୍ନତ ବିଶ୍ରାମଗାର, ଆଧୁନିକ ସୁବିଧା ସହିତ ପ୍ରିମିୟମ୍ ଟଏଲେଟ୍ ସୁବିଧା ଇତ୍ୟାଦି ପ୍ରଦାନ କରାଯିବ I ଏହି ଅବସରରେ ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଅନ୍ୟାନ୍ୟ ମନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ଅମୃତ ଭାରତ ଯୋଜନାକୁ ପ୍ରଶଂସା କରିଥିଲେ ।

ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା