ଓଡିଶା

୨୦୨୪ ସାଧାରଣ ନିର୍ବାଚନ ପାଇଁ ଯୁବ ଗୋଷ୍ଠୀଙ୍କୁ ଏକତ୍ରିତ କରୁଛି ବିଜେଡି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିକୁଦା ବ୍ଲକରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଲିକୁଦା ତହସିଲ ନିକଟ ନାଗପୁର ମା’ ଜାଗୁଳାଇ ପୀଠରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ସୌମ୍ୟଜିତ ଦାସ, ବାଲିକୁଦା ବ୍ଲକ ଯୁବ ବିଜେଡି ସଭାପତି ଶୁଭେନ୍ଦୁ ଦାସଙ୍କ ସମେତ ବାଲିକୁଦାର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ଯୁବ ନେତା ପାର୍ଥ ସାରଥୀ ରାଉତ ପ୍ରମୁଖ ଯୋଗଥିଲେ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଧିକରୁ ଅଧିକ ଯୁବ ଗୋଷ୍ଠୀଙ୍କୁ ଏକତ୍ରିତ କରିବା ସହିତ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାଗୁଡିକୁ ଯୁବଗୋଷ୍ଠୀଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିବା କହିଛନ୍ତି ଅତିଥିଗଣ । ଏହି ଅବସରରେ ବାଲିକୁଦା ବ୍ଲକରେ ନୂଆକରି ଦାୟିତ୍ୱ ନେଇଥିବା ବାଲିକୁଦା ବ୍ଲକ ଯୁବ ବିଜେଡି ସଭାପତି ଶୁଭେନ୍ଦୁ ଦାସଙ୍କ ସମେତ ବ୍ଲକର ବିଭିନ୍ନ ପଂଚାୟତ ଦାୟିତ୍ୱରେ ଥିବା ବିଜେଡି ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା