ରେଲୱେ ଷ୍ଟେସନ ହେବ ବିଶ୍ୱସ୍ତରୀୟ !

ଜଟଣୀ : ରେଲୱେ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନୂତନ ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ଯାଉଛନ୍ତି I ଷ୍ଟେସନ କିପରି ଉନ୍ନତ ମାନର ହେବ, ଷ୍ଟେସନ ଭିତରେ ଯାତ୍ରୀମାନେ କିପରି ସମସ୍ତ ସୁବିଧା ସୁଯୋଗ ପାଇପାରିବେ ସେ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଷ୍ଟେସନର ପୁନଃ ବିକାଶ ପାଇଁ ନୂତନ ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ଯାଉଛନ୍ତି । ଏଥିରେ ଖୋର୍ଦ୍ଧା ରୋଡ ଡିଭିଜନର ୨୩ ଟି ଷ୍ଟେସନକୁ ଅମରିଟ୍ ଭାରତ ଯୋଜନାରେ ସାମିଲ୍ କରାଯାଇଛି l ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧାରୋଡ ଡିଭିଜନର ୧୧ଟି ଷ୍ଟେସନର ବିକାଶ ପାଇଁ ମୋଟ ୨୬୨.୩୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ରୋଡ ଡିଭିଜନ୍ ଡି. ଆର୍.ଏମ୍ I ଏହି ୧୧ ଟି ଷ୍ଟେସନ ମଧ୍ୟରୁ କିଛି ଷ୍ଟେସନର କାର୍ଯ୍ୟକୁ ୨୦୨୩ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଥିବାବେଳେ ଆଉ କିଛି ଷ୍ଟେସନ କାର୍ଯ୍ୟ ଏପ୍ରିଲ ୨୦୨୪ ସୁଦ୍ଧା ସରିବ ବୋଲି ସୂଚନା ଦେଇଛନ୍ତି I ଏହି ସାମ୍ବାଦିକ ସମ୍ମିଳନୀରେ ଡିଆର୍.ଏମ୍ ଏଚ୍.ଏସ୍ ବାଜୱା, ଏଡିଆର୍.ଏମ୍ କଲ୍ୟାଣ ପଟ୍ଟନାୟକ, ଏଡିଆର୍.ଏମ୍/ଇନଫ୍ରା ଶୁଭ୍ରଜ୍ୟୋତି ମଣ୍ଡଳ, ସିନିୟର ଡିସିଏମ୍ ଅମିତେଶ ଆନନ୍ଦ, ସିନିୟର ଡେନ୍ ରବିପ୍ରକାଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ I
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ