ଓଡିଶା ବଜାରରେ ପ୍ରବେଶ କରିଛି ଡାଲମିଆ ଇଭି

ଭୁବନେଶ୍ୱର : ଭାରତର ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ଡାଲମିଆ ଗ୍ରୁପ୍ ଅଫ୍ କମ୍ପାନୀର ଇଲେକଟ୍ରିକ ଯାନ ଶାଖା ଡାଲମିଆ ଇଲେକଟ୍ରିକ ଭେଇକିଲ୍ ପ୍ରାଇଭେଟ୍ ଲିମିଟେଡ୍ ଏହାର ନୂଆ ଅଭିନବ ଶୃଙ୍ଖଳାର ଇ-ବାଇକ୍, ଇ-ସ୍କୁଟର ଓ ଇ-ରିକ୍ସାର ଲଂଚ୍ ସହିତ ଓଡିଶାରେ ଇଲେକଟ୍ରିକ ଯାନ ବଜାରରେ ପ୍ରବେଶ କରିଛି ।
ଡାଲମିଆ ଇଭି ପକ୍ଷରୁ ସାଇବର୍ଗ ବ୍ରାଣ୍ଡ ରେଞ୍ଜ ଅଧିନରେ ଗୋଟିଏ ଇ-ବାଇକ ବିମର, ୫ଟି ଇ-ସ୍କୁଟର, ହାଇ-ସ୍ପିଡ୍ ସ୍କାଏହକ୍, ଇ-ସ୍କାଉଟ୍, ମ୍ୟାକଫ୍ଲାଏ, ଇୱନ୍ ଓ ମ୍ୟାକଏୟାର ଏବଂ ଇ-ସାଇକେଲ୍ ଆଇ ସ୍ପାର୍କକୁ ଉନ୍ମୋଚନ କରାଯାଇଛି । କମ୍ପାନୀ ପକ୍ଷରୁ ଗୋଟିଏ ଯାତ୍ରୀବାହୀ ଯାନ ଇ-ରିସ୍କା ଇ୨୦ ସୁପର ଏବଂ ଏକ ମାଲବାହୀ ଯାନ ଇ-ରିସ୍କା ଛୋଟା ଭୀମକୁ ଡାଲମିଆ ନୁ୍ୟଅନ୍ ବ୍ରାଣ୍ଡ ରେଞ୍ଜ ଅଧିନରେ ଓଡିଶାର ଦ୍ରୁତ ଅଭିବୃଦ୍ଧିଶୀଳ ଇ-ଯାନ ବଜାର ପାଇଁ ଲଂଚ୍ କରାଯାଇଛି ।
ଉନ୍ମୋଚନ ଅବସରରେ ଡାଲମିଆ ଇଲେକଟ୍ରିକ୍ ଭେଇକିଲ୍ ପ୍ରାଇଭେଟ୍ ଲିମିଟେଡର ସିଇଓ ବିକାଶ ଆନନ୍ଦ ରହିଥିଲେ । ଏଥିରେ ଓଡିଶା ପାଇଁ ଡାଲମିଆ ଇଭିର ବିଜନେସ୍ ପାର୍ଟନର୍ ଜଗଦିଶ ଟେକ୍ନୋ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିଦେ୍ର୍ଦଶକ ଜଗଦିଶ୍ ସାମଲ, ଡାଲମିଆ ଗ୍ରୁପ୍ ଅଫ୍ କମ୍ପାନୀର ଅଧ୍ୟକ୍ଷ ସଞ୍ଜୟ ଡାଲମିଆ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ