ଜଟଣୀସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ମିଳିବ ଆଇନଗତ ଶିକ୍ଷା…

ଜଟଣୀ : ଜଟଣୀସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ‘ସ୍କୁଲ୍ ଅଫ୍ ଲ’ ର ନୂତନ କୋଠା ଉଦଘାଟିତ ହୋଇଯାଇଛି l ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମ୍.ଆର୍ ଶାହା, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଦୀନେଶ ମହେଶ୍ୱରୀ ଏବଂ ଓଡିଶାର ଆଡଭୋକେଟ୍ ଜେନେରାଲ୍ ଅଶୋକ ପରିଜା ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ । ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ଵାରା ଅନୁମୋଦିତ ପାଠ୍ୟକ୍ରମ ଯଥା ବିଏ ଏଲ୍ଏବି ଇଣ୍ଟିଗ୍ରେଟେଡ୍, ସାମୁଦ୍ରିକ ଆଇନରେ ଏଲ୍ଏଲ୍ଏମ୍, ବାଣିଜ୍ୟିକ ଆଇନରେ ଏଲ୍ଏଲ୍ଏମ୍ ଏବଂ ପିଏଚଡି ଭଳି ବିଷୟରେ ଛାତ୍ରଛାତ୍ରୀ ଜ୍ଞାନ ଆହରଣ କରିପାରିବେ । ସ୍ମାର୍ଟ ଶ୍ରେଣୀଗୃହ, ହାଇ-ଟେକ୍ ମୁଟ୍ କୋର୍ଟ ହଲ୍ ଏବଂ ଆଇନ ସହାୟତା କ୍ଲିନିକର ସୁବିଧା ସହିତ ଛାତ୍ରଛାତ୍ରୀ ଏବଂ ଅଧ୍ୟାପିକାମାନଙ୍କ ପାଇଁ ଆନ୍ତର୍ଜାତୀୟ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାସହ ନ୍ୟାସନାଲ ଲ ୟୁନିଭରସିଟି ଓଡିଶା ସହିତ ଏକାଡେମିକ୍ ବିନିମୟ ପାଇଁ ଏମଓୟୁ ରହିଛି ବୋଲି କହିଛନ୍ତି ସେଞ୍ଚୁରିଅନ୍ ୟୁନିଭରସିଟିର ଡିନ୍ ପଲ୍ଲବ ଦାସ ।
ଏହି ଅବସରରେ ମାନ୍ୟବର ଜଷ୍ଟିସ ଏମ୍.ଆର୍ ଶାହା କହିଛନ୍ତି ସମାଜରେ ନ୍ୟାୟ, ସମାନତା ଏବଂ ନ୍ୟାୟର ନୀତି ରକ୍ଷା କରିବା ଆଇନ ବୃତ୍ତିଧାରୀଙ୍କ ଦାଇତ୍ଵ ଅଟେ । ସେଞ୍ଚୁରିଅନ୍ ୟୁନିଭରସିଟି ପରି ଅନୁଷ୍ଠାନଗୁଡିକ ଆସନ୍ତାକାଲିର ଆଇନଗତ ମାନସିକତା ପ୍ରତିପୋଷଣ ତଥା ଗଠନ ପାଇଁ ସକ୍ରିୟ ପଦକ୍ଷେପ ନେଉଥିବାର ଦେଖି ମୁଁ ଆନନ୍ଦିତ I ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ଡକ୍ଟର ମୁକ୍ତିକାନ୍ତ ମିଶ୍ର, ଭାଇସ୍ ଚାନସେଲର ଡ ସୁପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ