ଓଡିଶା

ଗାଁ ରହିଛି, ହେଲେ ବିକାଶର ଗୁଞ୍ଜରଣ ଶୂନ୍ୟ… ମୀରାବାଇ ଜାଣିଲେ ଲୋକଙ୍କ ଦୁଃଖ, ହେଲେ ସରକାର ନିରବ !

ବେଗୁନିଆପଡା : କୁହାଯାଏ ଗାଁ ବିକାଶରୁ ହିଁ ସମ୍ଭବ ହୋଇପାରେ ଦେଶର ବିକାଶ । ଆମ ଦେଶ ଭାରତ ଏକ ବିକଶୀଳ ରାଷ୍ଟ୍ର । ଏହି ବିକଶୀଳ ରାଷ୍ଟ୍ର ମଧ୍ୟରେ ରହିଛି ଆମ ରାଜ୍ୟ ଓଡିଶା । ହେଲେ ଆମ ରାଜ୍ୟର ଏପରି କିଛି ସ୍ଥାନ ରହିଛି ଯେଉଁଠାରେ ଲୋକେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ । ଏମିତି ଏକ ଗାଁ ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତର ତେଲିମାଳ । ବଣ ପାହାଡର ଘେରା ଭିତରେ ଅବସ୍ଥିତ ଏହି ଗ୍ରାମରେ ବସବାସ କରନ୍ତି ୩୦ରୁ ଅଧିକ ପରିବାର । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ଯୋଜନା ଏଠାରେ ପହଁଚି ପାରିନି । ଫଳରେ ଉପଯୁକ୍ତ ସୁବିଧା ପାଇପାରି ନାହାଁନ୍ତି ଏହି ଗ୍ରାମବାସୀ । ନା ଅଛି ପାଠ ପଢିବାର ବ୍ୟବସ୍ଥା, ନା ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା । ଆଉ ସ୍ବାସ୍ଥ୍ୟବସ୍ଥା କଥା ନ କହିବା ଭଲ । ଏପଟେ ଗ୍ରାମରେ ସ୍କୁଲ କି ଅଙ୍ଗନଓ୍ୱାଡିଟିଏ ବି ନାହିଁ । ସେଥିପାଇଁ ଆଜିବି ପାଠ ପଢିବାରୁ ବଞ୍ଚିତ ଅନେକ ଶିଶୁ । ଆଉ ଯେଉଁମାନେ ପାଠ ପଢିବାକୁ ଯାଆନ୍ତି ସେମାନେ ଗ୍ରାମଠାରୁ ୬ କିଲୋମିଟର ଦୂର ବରବରା ଗ୍ରାମକୁ ଯାଉଛନ୍ତି । ଏପରିକି ସରକାରଙ୍କ ବାସଗୃହ ଯୋଜନାରେ ଗୋଟିଏ ହେଲେ ପରିବାର ଏପର୍ଯ୍ୟନ୍ତ ବାସଗୃହ ନପାଇବା ଅତ୍ୟନ୍ତ ଦୁଃଖର ବିଷୟ । ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ କାହିଁକି ପ୍ରଶାସନର ନଜର ଆଜି ପର୍ଯ୍ୟନ୍ତ ଏହି ଗାଁ ଉପରେ ପଡିଲା ନାହିଁ ତାହା ଏବେ ପ୍ରଶ୍ନବାଚୀ ।

ଏଭଳି ସ୍ଥଳେ ଗ୍ରାମବାସୀଙ୍କ ପାଇଁ ଦେବଦୂତ ସାଜି ସେଠାରେ ପହଞ୍ଚିଛନ୍ତି ସମାଜସେବୀ ମୀରାବାଇ ଦେଓ ଓ ତାଙ୍କ ସହଯୋଗୀ ସୁଜାତା ପଟ୍ଟନାୟକ । ଗ୍ରାମବାସୀଙ୍କ ପାଖରେ ପହଞ୍ଚି ସେମାନେ ଶିଶୁମାନଙ୍କୁ ପାଠ୍ୟ ଉପକରଣ ଯଥା ସିଲଟ୍, ଖଡି ଓ ମାଣ୍ଡିଆରେ ପସ୍ତୁତ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ଆଗାମୀ ଦିନରେ ଶିଶୁମାନେ କିଭଳି ଭଲରେ ପାଠ ପଢିପାରିବେ ଓ ଗ୍ରାମକୁ କିଭଳି ସମସ୍ତ ସୁବିଧା ମିଳିପାରିବ ସେ ଦିଗରେ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ସରକାରଙ୍କ ମିଲେଟ୍ ମିଶନରେ ଉତ୍ପାଦିତ ମାଣ୍ଡିଆକୁ ନେଇ କିଭଳି ଗ୍ରାମବାସୀ ସ୍ବାବଲମ୍ବୀ ହେଇପାରିବେ ସେ ଦିଗରେ ସମସ୍ତ ସହଯୋଗ ଯୋଗାଇବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଏତେ ବର୍ଷର ସରକାର ଜାଣିପାରିଲେନି ଲୋକଙ୍କ ଦୁଃଖ । ଏଭଳି ସ୍ଥଳେ ଲୋକଙ୍କ ଦୁଃଖ ବୁଝି ସେଠାରେ ପହଞ୍ଚିଲେ ସମାଜସେବୀ ମୀରାବାଇ । ତେବେ ଖବର ପ୍ରସାରଣ ପରେ ସରକାର ଏ ଦିଗରେ ଯଥା ସମ୍ଭବ ପଦକ୍ଷେପ ନେବେ ବୋଲି ବିଶ୍ବାସ ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା