ଓଡିଶା

ସରକାରଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ନିର୍ବାହୀ ଯନ୍ତ୍ରୀ ଓ ଜିଆରଏସ ତିଆରି କରୁଛନ୍ତି ମିଥ୍ୟା ମଷ୍ଟରୋଲ

ଓଡାପଡା : ମନରେଗା ୱେବସାଇଟ୍ ତଥ୍ୟ କହୁଛି ଆଜିକୁ ବର୍ଷେ ପୂର୍ବରୁ କାମ ସରିଛି । ଏମିତିକି ବିଲ୍ ମଧ୍ୟ ହୋଇସାରିଛି । ହେଲେ ଗ୍ରାଉଣ୍ଡଜିରୋରେ ପବନରେ ଫାଶ ବୁଣିଲା ପରି ସରକାରୀ ଅଟକଳକୁ ନିଜ ପକେଟରେ ପୁରାଇ କୁବେର ସମ୍ପତିର ମାଲିକ ହେଉଛନ୍ତି  ଠିକାଦାରମାନେ । ଆଉ ଏଥିରେ ସିଧାସଳଖ ସହଯୋଗ କରୁଛନ୍ତି କନିଷ୍ଠ ଯନ୍ତ୍ରୀ ଏବଂ GRS । ବିନା କାମରେ ମିଥ୍ୟା ମଷ୍ଟରୋଲ ପ୍ରସ୍ତୁତ କରି ଚଞ୍ଚକତା ପୂର୍ବକ ଏହି ସବୁ କାର୍ଯ୍ୟ ଚାଲିଥିବା ବେଳେ ଅଧିକାରୀମାନେ ଜାଣି ନ ଜାଣିବା ପରି କଥା ହେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଵଦାଳୋ ଗ୍ରାମପଞ୍ଚାୟତରେ l

ସୂଚନା ମୁତାବକ ଵଦାଳୋ ଗ୍ରାମପଞ୍ଚାୟତରେ ୨୦୨୧-୨୨ ବର୍ଷରେ ମନରେଗା ଯୋଜନାରେ ନରହରିପୁର ଘୋଡ଼ାଡ଼ିଆଁ ରାସ୍ତାର ଉନ୍ନତିକରଣ ନିମନ୍ତେ ଦଶଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ପୂର୍ବରୁ ଘୋଡାଡିଆଁ ଗ୍ରାମର ରଗୁଡି ସାହି ଶେଷ ମୁଣ୍ଡ ଓ ନରହରିପୁର ଗ୍ରାମ ଆରମ୍ଭରୁ କିଛି ରାସ୍ତା କଂକ୍ରିଟ ହୋଇଥିଲା । ଆଉ ବାକି ପ୍ରାୟ ଶହେ ମିଟର ରାସ୍ତାର ଉନ୍ନତିକରଣ କରାଯିବା କଥା l ମାତ୍ର ତାହା କରାନଯାଇ ମିଛ ମଷ୍ଟରୋଲ ପ୍ରସ୍ତୁତି କରି ପାଞ୍ଚଲକ୍ଷ ଟଙ୍କାର ବିଲ୍ ଉଠାଯାଇଛି । ବିନା ପଲ୍ଲୀ ସଭାରେ ଏହି କାର୍ଯ୍ୟ କରାଯାଇଥିବା ବେଳେ ଠିକାଦାର କୌଣସି କାର୍ଯ୍ୟ ନ କରି ଉଭୟ ଜେଇ ଓ GRSଙ୍କ ମିଲିଭଗତରେ ଲକ୍ଷାଧିକ ଟଙ୍କା ଚଳୁ କରିଥିବା କଥା ଖୋଦ ଵଦାଳୋ ଗ୍ରାମପଞ୍ଚାୟତର ଗ୍ରାମସାଥି ଅଭିଯୋଗ କରିଛନ୍ତି l

ବର୍ତମାନ ଉକ୍ତ ଘୋଡ଼ାଡ଼ିଆଁ-ନରହରିପୁର ରାସ୍ତା କାଦୁଅ ପଚପଚ ହୋଇଥିବା ସହ ରାସ୍ତା ମଝିରେ ଆଣ୍ଠୁଏ ଗଭୀରର ଖାଲ ହୋଇଛି ।  ଯାହା ଫଳରେ ପ୍ରତ୍ୟେକ ଦିନ ଯାତାୟାତ କରୁଥିବା ଲୋକମାନେ ଏ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏ ବବାଦରେ ଓଡାପଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିକିୟା ନେବାରୁ ସେ କହିଛନ୍ତି ଯେ, “ମୁଁ ଗଣମାଧ୍ୟମ ଜରିଆରେ ଏହି ଅଭିଯୋଗଟିକୁ ଜାଣିଲି ଏବଂ ଏହାର ତଦନ୍ତ ଚାଲିଛି । ଏଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।”

କେନ୍ଦ୍ରସରକାର ଗ୍ରାମଞ୍ଚଳରେ ସମସ୍ତଙ୍କୁ ରୋଜଗାରକ୍ଷମ କରିବା ଉଦେଶ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ କଲେ । ଏପରିକି ଲୋକଙ୍କୁ କର୍ମ ଦେବା ଉଦ୍ଦେଶ୍ୟରେ ଏ ନେଇ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଧ୍ୟ କଲେ । ମାତ୍ର ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରେ ଏଥିରେ ବାରମ୍ବାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯାହା ଫଳରେ ଲୋକଙ୍କ ହିତରେ ଜାରି ହୋଇଥିବା ସରକାରଙ୍କ ଯୋଜନା ସବୁ କେବଳ ପ୍ରଚାର ପ୍ରସାରରେ ରହିଯାଉଛି ଏବଂ ଏହାର ସମ୍ପୂର୍ଣ୍ଣ ଫାଇଦା, ବ୍ଲକ ଓ ପଞ୍ଚାୟତସ୍ତରର ସରକାରୀବାବୁ ଓ ଠିକାଦାରମାନେ ପାଉଛନ୍ତି ।

ଵଦାଳୋ ଗ୍ରାମପଞ୍ଚାୟତ ନରହରିପୁର ଗ୍ରାମରେ ଅତି ଆବଶ୍ୟକ ହେଉଥିବା ରାସ୍ତା କାମ କାଗଜ କଲମରେ ସରିଛି । ହେଲେ ଗ୍ରାଉଣ୍ଡ ଜିରୋରେ ସତ୍ୟ ପ୍ରଦର୍ଶିତ କରାଇବା ପରେ ସରକାରଙ୍କୁ ବଦନାମ କରୁଥିବା ଅଧିକାରୀଙ୍କ ପ୍ରତି ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟ : ଓଡାପଡାରୁ ଗୋପବନ୍ଧୁ ବାରିକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା