ବିଜୁ ଜନତା ଦଳ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଜୋନ -୩ ଆମ୍ବଶାଳରେ ବିଜୁ ଜନତା ଦଳ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ଯୁବ ନେତା ସଂଜୀବ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ତୃଣମୂଳ ସ୍ତରରେ କିପରି ବିଜୁ ଜନତା ଦଳ ଅଧିକ ସଂଗଠିତ ଓ ଶକ୍ତିଶାଳୀ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ୨୦୨୪ ନିର୍ବାଚନରେ ଯୁବନେତା ସଂଜୀବ ବିଶ୍ୱାଳ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳରୁ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିବା ଜଣାପଡିଛି । ତେବେ ସେ ଦଳରେ ଅଛନ୍ତି ଓ ଦଳ ଯାହା ନିଷ୍ପତ୍ତି ନେବ ସେ ତାକୁ ସମର୍ଥନ କରିବେ ବୋଲି କହିଛନ୍ତି । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଛି । ସେ ସବୁକୁ ପ୍ରଥମେ ପ୍ରାଥମିକତା ଦେବେ ବୋଲି କହିଛନ୍ତି ଯୁବନେତା ସଂଜୀବ ବିଶ୍ୱାଳ ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ