ଓଡିଶା ଯ଼ୋଗାଯ଼ୋଗ

ସାହାଯ୍ୟ ଅପେକ୍ଷାରେ କାଜଲ । ସରକାରଙ୍କୁ ଆକୁଳ ନିବେଦନ କଲେ ପରିବାର ଲୋକ…

ବେଗୁନିଆପଡା : ଖୁବ୍ ଅଲିଅଳି ଥିଲା କାଜଲ । ବୟସ ମାତ୍ର ଷୋହଳ ବର୍ଷ । କୃଷକ ପରିବାରରେ ଜନ୍ମିତ କାଜଲ ଘରର ସାନ ଝିଅ । ପରିବାର କହିଲେ ବାପା ମା ଓ ତିନି ଭଉଣୀ । ଦୁଇ ବର୍ଷ ତଳେ ମାଟ୍ରିକ ପରୀକ୍ଷା ଦେଇଥିଲେ କାଜଲ । ଲକ୍ଷ୍ୟ ରଖିଥିଲେ ଆଗକୁ ଉଚ୍ଚଶିକ୍ଷିତା ହୋଇ ପରିବାରର ଦୁଃଖ ବୁଝିବେ । ହେଲେ ସେ ଏବେ ନିଜେ ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି । କାଜଲ ଏବେ କର୍କଟ ରୋଗରେ ପୀଡିତା । ଘରର ଅଲିଅଳି ଝିଅଙ୍କ ଏଭଳି ଅବସ୍ଥାକୁ ଦେଖି କାନ୍ଦି କାନ୍ଦି ନୟାନ୍ତ ହୋଇଗଲେଣି ବାପା ମା । କଣ କରିବେ । ପାଖରେ ନା ରହିଛି ରାସନ କାର୍ଡ, ନା ଅଛି ବିଜୁ ସ୍ଵାସ୍ଥ୍ୟ କାର୍ଡ । ଚାଷବାଷ କରି ଯାହା ଅର୍ଜିଥିଲେ ତାକୁ ବି ଝିଅର ଚିକିତ୍ସାରେ ଲାଗାଇ ସାରିଲେଣି । ଏବେ ପାଖରେ କାଣି କଉଡିଟିଏ ବି ନାହିଁ । ଭଗବାନଙ୍କ ଭରସାରେ ଏବେ କାଜଲ ଜୀବନ । ଏ ଘଟଣା ହେଉଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ପଞ୍ଚାୟତ, କୁମାରିପାରୀ ଗ୍ରାମର ଭିକା ପଲେଇଙ୍କ ସାନ ଝିଅ କାଜଲ ପଲେଇଙ୍କର । କାଜଲ ଏବେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେ ଚିକିତ୍ସା ପାଇଁ ଆହୁରି ଅଧିକା ଅର୍ଥର ଆବଶ୍ୟକତା ରହିଛି । ଏଭଳି ସ୍ଥଳେ ଝିଅର ଉନ୍ନତ ଚିକିତ୍ସା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକ ।

ଏ ନେଇ ଖବର ପାଇ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ସମେତ ବିଜେପି ନେତା ମଧୁସୂଦନ ଜେନା, ସନ୍ତୋଷ କୁମାର ମିଶ୍ର, ବିକାଶ ସ୍ୱାଇଁ ପ୍ରମୁଖ କାଜଲଙ୍କ ଵାସଭବନରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ସରକାରୀ ସ୍ତରରେ ସାହାଯ୍ୟର ହାତ ବଢାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ଅପରପକ୍ଷେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଣ୍ଡା ଓ ବେଗୁନିଆପଡା ବ୍ଲକ ପୂର୍ବତନ ସଭାପତି ବିଜୟ କୁମାର ଦୋରା ମଧ୍ୟ କାଜଲଙ୍କ ଵାସଭବନରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଭାଙ୍ଗି ନ ପଡି ଧର୍ଯ୍ୟ ଧରି ଜୀବନ ଯୁଦ୍ଧରେ ସଂଗ୍ରାମ କରିବା ସହ ଭଗବାନଙ୍କ ଉପରେ ଭରସା ରଖିବା ପାଇଁ କହିଛନ୍ତି । ଏଥିସହ ସାହାଯ୍ୟର ହାତ ବଢାଇ ଆର୍ଥିକ ସହାୟତା ପ୍ରଦାନ କରିବା  ସହ ଏ ନେଇ ସେ ଜିଲ୍ଲାପାଳ ଓ ବେଗୁନିଆପଡା ବିଡିଓଙ୍କୁ ଅବଗତ କରାଇବେ ବୋଲି ଜଣାଇଛନ୍ତି ।

କାଜଲ ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି । ଏଣୁ ପ୍ରଶାସନିକ ସ୍ତରରେ ଏବଂ ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ଅପେକ୍ଷାରେ ଝିଅର ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି କାଜଲଙ୍କ ପରିବାରଲୋକ ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା