ଓଡିଶା

ହାତଗୁଞ୍ଜା ନଦେଲେ ମିଳି ପାରୁନି ଆବାସ ଗୃହ…

ଢେଙ୍କାନାଳ : ଆବାସ ଯୋଜରେ କେଳେଙ୍କାରୀ ଅଭିଯୋଗ । ହାତଗୁଞ୍ଜା ନଦେଲେ ମିଳି ପାରୁନି ଆବାସ ଗୃହ । ଏ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଠୋକର ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା ନେଇ ଅଭିଯୋଗ ଆଣିଛନ୍ତି ଠୋକରବାସୀ । କେନ୍ଦ୍ର ତଥା ରାଜ୍ୟ ସରକାର ଗରିବ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ନେଇ କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରୁଛନ୍ତି । ହେଲେ ପରବର୍ତ୍ତୀସ୍ତରରେ ଏହାର ସୁପରିଚାଳନାରେ କୋହଳ ମନୋଭାବ କାରଣରୁ ବହୁ ଗରିବ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଗୋଟିଏ ପଟେ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବାଦ୍ ପଡୁଥିବାବେଳେ ଅଯୋଗ୍ୟ ଲୋକ ଆବାସ ଗୃହ ପାଇବା ଘଟଣା ଯୋଜନାର ଅବହେଳିତ ଚିତ୍ରକୁ ପ୍ରଦର୍ଶିତ କରେ । ଆଉ ହାତଗୁଞ୍ଜା ନେଇ କାମ କରୁଥିବା ଅଧିକାରୀଙ୍କ ମନୋଭାବ ବ୍ରିଟିଶ୍ ଶାସନକୁ ମନେ ପକାଇଦିଏ ।

ଠୋକର ପଞ୍ଚାୟତର ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଗୃହ ଖଣ୍ଡେ ପାଇଁ ପଞ୍ଚାୟତରୁ ବ୍ଲକ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି । ହେଲେ ନା ତାଙ୍କୁ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ ଆବାସ ଗୃହ । ଓଲଟା ହାତଗୁଞ୍ଜା ଦେଲେ ଆବାସ ଗୃହ ମିଳିବ ବୋଲି ଅଭିଯୋଗ ଆଣିଛନ୍ତି ଠୋକର ପଞ୍ଚାୟତର ଗ୍ରାମବାସୀ । ଏ ନେଇ ହିନ୍ଦୋଳ ଉପଜିଲ୍ଲାପାଳଙ୍କ ନିକଟରେ ୮ ରୁ ୧୦ଟି ଲିଖିତ ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଠୋକର ପଞ୍ଚାୟତବାସୀ । ଏବାବଦରେ ଠୋକର ସରପଞ୍ଚ ରୋଜିତା ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପଞ୍ଚାୟତରେ ମୋଟ ୮୬ଟି ଘର ଆସିଥିଲା । ସେଥିମଧ୍ୟରୁ ୭୯ଟି ଆବାସ ଗୃହ ଯୋଗ୍ୟ ହିତାଧିକାରୀଙ୍କୁ ମିଳିଥିବାବେଳେ ୭ଟି ଆବାସ ଗୃହ ଭେରିଫାଇ ପାଇଁ ଯାଇଛି । ଏହା ସହ ସେ ଆବାସ ଗୃହ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିବା ସହ ସରପଞ୍ଚଙ୍କୁ ବଦଲାମ କରିବା ପାଇଁ ବିରୋଧୀଙ୍କ ଏହା ଚକ୍ରାନ୍ତ ବୋଲି କହିଛନ୍ତି । ଏପରିକି ଯେଁଉ ସବୁ ଅଭିଯୋଗ ଆସୁଛି ଏହା ପୂର୍ବତନ ସରପଞ୍ଚଙ୍କ ସମୟର କହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରପଞ୍ଚ ରୋଜିତା ମାଝୀ ।

ଅପରପକ୍ଷେ ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ସଠିକ୍ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଗୃହରେ ଘର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ ।

ରିପୋର୍ଟ : ଢେଙ୍କାନାଳରୁ ସୁଜିତ କୁମାର ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା