ବିଶିଷ୍ଟ ସମାଜସେବୀ ମୁରଲୀଧର ରଥଙ୍କୁ ମିଳିଲା ସମର୍ପିତ ସେବା ସମ୍ମାନ

ଭୁବନେଶ୍ବର : ବିଶିଷ୍ଟ ସମାଜସେବୀ ଓ ବର୍ଷୀୟାନ ରାଜନୀତିଜ୍ଞ ମୁରଲୀଧର ରଥଙ୍କୁ ମିଳିଲା ସମର୍ପିତ ସେବା ସମ୍ମାନ । ଭୁବନେଶ୍ବରସ୍ଥିତ ଜୟଦେବ ଭବନରେ ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ଅଷ୍ଟମ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ରାଜ୍ୟ ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ରାଜନୀତିଜ୍ଞ ତଥା ସମାଜସେବୀ ମୁରଲୀଧର ରଥ, ଡଃ ସୁନିଲ ଦାଶ, ସାମ୍ବାଦିକ ରାମ ଜୀବନ ଗୋଚ୍ଛାୟତ, ଦେବାଶିଷ ପଣ୍ଡା, ପ୍ରସନଜିତ୍ ମହାଲିକଙ୍କ ସମେତ ୨୦ ଜଣ ଡାକ୍ତର, ୧୦ ଜଣ ବ୍ଲଡ ବ୍ୟାଙ୍କ ସହାୟକ ଏବଂ ୩୦ଟି ସ୍ବେଚ୍ଛାସେବୀ ସଂଗଠନମାନଙ୍କୁ ସମର୍ପିତ ସେବା ସମ୍ମାନ ଓ ଶ୍ରୀ ଜଗନ୍ନାଥ ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅପରପକ୍ଷେ ବର୍ଷୀୟାନ ରାଜନୀତିଜ୍ଞ ମୁରଲୀଧର ରଥଙ୍କୁ ଗତ ରବିବାର ମାଆ ଭୁବନେଶ୍ବରୀ ମନ୍ଦିର ପରିସରରେ ଜଗନ୍ନାଥ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଭାଗବତ କଥାମୃତ ସପ୍ତାହ ପାଳନ ଅବସରରେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜଙ୍କଦ୍ବାରା ବିଶିଷ୍ଟ ସମାଜସେବୀ ସମ୍ମାନରେ ସମ୍ମାନିତ କରାଯାଇଛି ।