ଓଡିଶା

ହାଟ ରହିଛି ହେଲେ ସୁବିଧା ନାହିଁ…

କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ ପ୍ରତ୍ୟେକ ମଙ୍ଗଳବାର ଦିନ ଲାଗେ ସାପ୍ତାହିକ ହାଟ । ଏହି ହାଟ ଉପରେ ଛତିଶଗଡ ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀ ଆସି ବଜାର ଲଗେଇଥାନ୍ତି । କହିବାକୁ ଗଲେ, କୋଟପାଡ଼ ସପ୍ତାହିକ ହାଟରେ ବହୁତ ଜନ ଗହଳି ଦେଖିବାକୁ ମିଳେ । କିନ୍ତୁ ବିଡମ୍ବନାର ବିଷୟ କୋଟପାଡ଼ ହାଟପଦା ଉପରେ ପଡୁନି ପ୍ରଶାସନର ନଜର । ଫଳରେ ତାହାର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ସୁଧୁରିବାର ନାଁ ଧରୁନି । ହାଟ ପଡୁଥିବା ସ୍ଥାନରେ ନା ରହିଛି ଭଲ ସେଡ ନା ଭଲ ରାସ୍ତା । ବର୍ଷା ଦିନ କାଦୁଅ ଜୁଡୁବୁଡୁ ଅବସ୍ଥାରେ ଚାଲେ ହାଟପଦା ବଜାର । ବର୍ତ୍ତମାନ ଲଗାତାର ବର୍ଷା କାରଣରୁ ହାଟ ଅଞ୍ଚଳ କାଦୁଅ ହୋଇଯିବାରୁ ବାଧ୍ୟ ହୋଇ ବିଚ୍ ରୋଡ଼ରେ ବସୁଛି ସାପ୍ତାହିକ ହାଟ । ଫଳରେ ଦେଖାଦେଇଛି ଟ୍ରାଫିକ ସମସ୍ୟା । ଆମିଷଠାରୁ ଆରମ୍ଭ କରି ପନିପରିବା, ଏପରିକି କପଡା ବ୍ୟବସାୟୀ ଭଳି ବିଭିନ୍ନ ଉଠା ଦୋକାନ ଜାତୀୟ ରାଜପଥ କଡ଼ରେ ଲାଗିଛି । ଏହା ସହ ଅବୈଧ ଗାଡି ପାର୍କିଂ ଯୋଗୁଁ ବଢ଼ିବାରେ ଲାଗିଛି ଟ୍ରାଫିକ ସମସ୍ୟା ।

ଆଶ୍ଚର୍ଯ୍ୟର ଘଟଣା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟଠାରୁ ମାତ୍ର ୫୦ମିଟର ଦୂରତାରେ ବସେ ଏହି ସପ୍ତାହିକ ହାଟ । ତେବେ କତ୍ତୃପକ୍ଷ ଟ୍ରାଫିକ ସମସ୍ୟା ବାବଦରେ ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା । ଏପରିକି RMC କର୍ମଚାରୀଙ୍କ ନଜର ଅଡୁଆଳରେ ଏହି ବ୍ୟବସ୍ଥା । ଟିକସ ଆଦାୟବେଳେ ତତ୍ପର RMC କତ୍ତୃପକ୍ଷ କିଭଳି ହାଟପଦାର ଉନ୍ନତି ହେବ ସେ ଦିଗରେ ଗୁରୁତ୍ୱ ଦେବାରେ ବିଫଳ । କୋରାପୁଟର କୁନ୍ଦୁଲିରେ ପରେ ଦ୍ବତୀୟ ସ୍ଥାନରେ ରହିଥିବା କୋଟପାଡ଼ ହାଟପଦାର ଅବସ୍ଥା କହିଲେ ନସରେ । ଏହି ରାସ୍ତା ଦେଇ ତିନୋଟି ସ୍କୁଲ ରହିଥିବା ବେଳେ କୁନି କୁନି ଛୁଆ ବିପଦ ସଂକୁଳ ପରିସ୍ଥିତିରେ ସ୍କୁଲକୁ ଯାତାୟାତ କରିଥାନ୍ତି । ଏହାବାଦ୍ ଏହି ଭିଡ଼ ରାସ୍ତା ଦେଇ ଥାନା, କଚେରୀ, ତହସିଲ ଅଫିସ, ବ୍ଲକ ଅଫିସ, ଟ୍ରଜେରିକୁ ଯିବାକୁ ପଡୁଥିବା ବେଳେ ସାଧାରଣ ଜନତା ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଏ ନେଇ କୋଟପାଡ଼ ବୁଦ୍ଧିଜୀବୀ ପ୍ରଶାସନ ନିକଟରେ କୁନ୍ଦୁଲି ଭଳି କୋଟପାଡ଼ ହାଟପଦାର ଉନ୍ନତିକରଣ କରାଯିବା ପାଇଁ ଅନୁରୋଧ କରିଛନ୍ତି ।

ରିପୋର୍ଟ : କୋଟପାଡ଼ରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା