ଓଡିଶା

୨୦୨୪ ରେ ପୁଣି ବିଧାୟିକା ହେବା ନେଇ ପ୍ରସ୍ତୁତି ଜୋରଦାର୍…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ବଡଖଇରଖମା ପଞ୍ଚାୟତ ସରଧାପୁର ଗ୍ରାମରେ ବିଧାୟିକା ପହଞ୍ଚିବା ପରେ କର୍ମୀ ଓ ସମର୍ଥକମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ଏକ ପଟୁଆରରେ ଗ୍ରାମ ପରିକ୍ରମା କରାଇ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିକଟକୁ ନେଇଯାଇଥିଲେ । ଏହି ଅବସରରେ କଲ୍ୟାଣ ମଣ୍ଡପ, ବ୍ରାହ୍ମଣ ସାହିରେ ମା ବହୁତୀ ଯୁବକ ସଙ୍ଘ ଗୃହ, ହରିଜନ ସାହିରେ ମା ବହୁତୀ ଯୁବକ ସଙ୍ଘ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପରେ ମନ୍ଦିର ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୁ ଜନତା ଦଳର ସଂଗଠନକୁ ମଜୁବୁତ କରିବା ସହ ନବୀନ ସରକାରଙ୍କ ବିକାଶ ଧାରାରେ ସାମିଲ ହୋଇ ଗ୍ରାମର ଉନ୍ନତି ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ସହ ଆସନ୍ତା ୨୦୨୪ ରେ ବିଧାୟିକାଙ୍କୁ ବିପୁକ ଭୋଟରେ ବିଜୟୀ କରିବା ପାଇଁ ଆହ୍ବାନ ଦିଆଯାଇଥିଲା । ପରେ ଉକ୍ତ ପଞ୍ଚାୟତର ହରିପୁର ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ରୋଷେଇ ଗୃହ ଓ ଦ୍ୱାରଶୁଣି ହରିଜନ ସାହିରେ ମଣ୍ଡପ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼, ଅଧ୍ୟକ୍ଷାଙ୍କ ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ସ୍ଥାନୀୟ ସରପଞ୍ଚ କାଶୀନାଥ ବେହେରା, ବ୍ଲକ ଛାତ୍ର ବିଜେଡି ସଭାପତି କାହ୍ନୁ ପଣ୍ଡା, ସମବାୟ ନିର୍ଦ୍ଦେଶକ ହୃଷିକେଶ ମେହେଣା, ଜନପ୍ରତିନିଧି ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା