ବିସିଇ ସହିତ ଜଡିତ ହୋଇ ନେଟୱାର୍କିଂର ସୁଯୋଗ ପାଇବେ ଉଦ୍ୟୋଗୀ

ଭୁବନେଶ୍ବର : ବିଜନେସ କ୍ଲବ୍ ଅଫ୍ ଏଣ୍ଟରପ୍ରେନରସ (ବିସିଇ) ଭାରତର ପ୍ରଥମ ବିଜନେସ କ୍ଲବ୍ ପକ୍ଷରୁ ବିସିଇ ଉତ୍କଳ କ୍ଲବ ଉଦଘାଟିତ ହୋଇଯାଇଛି । ଏହାର ମୂଳ ଲକ୍ଷ୍ୟ ହେଉଛି ଭାରତରେ ତଥା ଓଡିଶାରେ ୨ ଲକ୍ଷରୁ ଅଧିକ ଉଦ୍ୟୋଗୀଙ୍କ ଆବଶ୍ୟକତାକୁ ପୂରଣ କରିବା । ବିସିଇ ସହିତ ଜଡିତ ଉଦ୍ୟୋଗୀମାନେ ନେଟୱାର୍କିଂ ସୁଯୋଗ, ଜ୍ଞାନ ବାଣ୍ଟିବା, ଦକ୍ଷତା ବିକାଶ, ମେଣ୍ଟରସିପ୍ ଏବଂ ଗାଇଡାନ୍ସ, ସମ୍ବଳ ନିବେଶ, ସହଯୋଗ ଏବଂ ସହଭାଗୀତା, ସମ୍ପ୍ରଦାୟ ଏବଂ ସମର୍ଥନ, ବ୍ରାଣ୍ଡିଂ ଏବଂ ଭିଜିବିଲିଟି, ଇଣ୍ଡଷ୍ଟ୍ରି ଇନ୍ସାଇଟ୍ସ, ବ୍ୟକ୍ତିଗତ ଏବଂ ବୃତ୍ତିଗତ ଅଭିବୃଦ୍ଧିର ଲାଭ ପାଇବେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ସମ୍ମାନିତ ଅତିଥି ଭାବେ ବାସ୍ତୁ ବିଶେଷଜ୍ଞ ଡା ମନୋଜ ଲେଙ୍କା ଏବଂ ଉମାକାନ୍ତ ଜେନା, ପୂର୍ବତନ ବରିଷ୍ଠ ନିର୍ଦ୍ଦେଶକ (ସୂଚନା ଓ ପ୍ରଯୁକ୍ତିବିଦ୍ୟା) ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିସିଇ ସମଗ୍ର ଭାରତ ବର୍ଷରେ ୫୦୦ କ୍ଲବ୍ ନିର୍ମାଣର ଲକ୍ଷ୍ୟ ରଖିଛି ବୋଲି ପ୍ରତିଷ୍ଠାତା ତଥା ସିଇଓ ଶ୍ରୀଯୁକ୍ତ ବିପିନ୍ ବିହରୀ ସାହୁ କହିଥିଲେ ।

ବିସିଇ କ୍ଲବର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀଯୁକ୍ତ ବିପିନ୍ ବିହରୀ ସାହୁଙ୍କ ଦ୍ଵାରା ଏହା ପରିଚାଳିତ । କ୍ଲବର ଅନ୍ୟ ପ୍ରତିଷ୍ଠାତାବୃନ୍ଦ ହେଉଛନ୍ତି ଡା. ସଞ୍ଜୟ ଚୌଧୁରୀ, ଶ୍ରୀଯୁକ୍ତ ଶେଖ୍ ଅବଦୁଲ୍ ସମୀମ୍ ଓ ଶ୍ରୀଯୁକ୍ତ ବଦ୍ରି ନାରାୟଣ ସାମଲ୍ । ବର୍ତ୍ତମାନ ବିସିଇରେ ଏକ ନୂତନ ଅଧ୍ୟାୟ ବିସିଇ ଉତ୍କଳ କ୍ଲବ୍ ଭାବରେ ଯୋଡା ହୋଇଛି । ଏହା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା ସୁରେନ୍ ମହାପାତ୍ର ଏବଂ ଶ୍ରୀ ଶିବଶଙ୍କର ଖୁଣ୍ଟିଆଙ୍କ ନେତୃତ୍ୱ ଏବଂ ଏଣ୍ଟରପ୍ରାଇଜର୍ସିପ୍ ଡେଭଲପମେଣ୍ଟ ମ୍ୟାନେଜର ମିସ୍ ଶ୍ରୁତି ସଂଗୀତା ସାହୁଙ୍କ ପରିଚାଳନା ଦକ୍ଷତା ସହିତ ପରିଚାଳିତ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ