ଦେଶ ବିଦେଶ

ଆମେରିକାରେ ଝଲସିଲା ଭାରତୀୟ ପରମ୍ପରା । ମୋଦିଙ୍କ ପାଦ ଛୁଇଁଲେ ଆମେରକୀୟ ସିଙ୍ଗର ମ୍ୟାରୀ ମିଲବେନ୍

ବ୍ୟୁରୋ ରିପୋର୍ଟ : ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ଆମେରକୀୟ ସିଙ୍ଗର ମ୍ୟାରୀ ମିଲବେନ୍ । ମ୍ୟାରୀଙ୍କ କଣ୍ଠରେ ଶୁଣିବାକୁ ମିଳିଲା ଭାରତର ଜାତୀୟ ସଙ୍ଗୀତ “ଜନ-ଗଣ-ମନ” । ତାହା ପୁଣି ଅତି ଚମତ୍କାର କଣ୍ଠ ସ୍ୱରରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇ ଆମେରିକାବାସୀଙ୍କ ମନ ଜିତିନେଇଛନ୍ତି ।

ୱାଶିଂଟନ୍ ରୋନାଲ୍ଡ ରିଗନ୍ ସେଣ୍ଟରରେ ଆମେରିକୀୟ ଭାରତୀୟଙ୍କୁ ସମ୍ବୋଧନ କରୁଥିଲେ ମୋଦି । କାର୍ଯ୍ୟକ୍ରମ ଶେଷରେ ଆମେରିକାର ଲୋକପ୍ରିୟ ସିଙ୍ଗର ମ୍ୟାରୀ ମିଲବେନ୍ ଭାରତର ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହାପରେ ସେ ମୋଦୀଙ୍କ ପାଖକୁ ଆସି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଆଉ ପ୍ରତିକ୍ରିୟାରେ କହିଥିଲେ ‘ ମୋଦୀ ଜଣେ ଦୟାଳୁ ଏବଂ ସାନଦାର ବ୍ୟକ୍ତିତ୍ୱ’ । ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବା ସହିତ ଆମେରିକାନ୍ ଅଭିନେତ୍ରୀ ଓ ସିଙ୍ଗର ମ୍ୟାରୀ ମିଲବେନ୍ ଏବେ ଇଣ୍ଟରନେଟ ସେନସେସନ୍ ପାଲଟି ଯାଇଛନ୍ତି ।

ଜାତୀୟ ଗାନ ସରିବା ପରେ ଭାରତ ମାତା କି ଜୟ ଓ ମୋଦିଙ୍କ ନାରାରେ କମ୍ପିଥିଲା ପୁରା ହଲ୍ । ମୋଦିଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ନିଜକୁ ଭାଗ୍ୟବାନ୍ ମନେ କରୁଛନ୍ତି ବୋଲି କହିଛନ୍ତି ସିଙ୍ଗର ମ୍ୟାରୀ ମିଲବେନ୍ ।

ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନ୍ୟୁୟର୍କରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ମୋଦି ସାମିଲ ହୋଇଥିବା ବେଳେ ସେଠାରେ ମଧ୍ୟ ସିଙ୍ଗର ମ୍ୟାରୀ ମିଲବେନ୍‌ ଯୋଗ କରୁଥିବା ଦେଖିବାକୁ ମିଳିଥିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।