୨୫ ଆର୍ଥିକ ଅନଗ୍ରସର ବାଳିକାଙ୍କୁ ଉଡିବାର ସୁଯୋଗ ଦେଇଛି ଭୁବନେଶ୍ଵର ରାଉଣ୍ଡ ଟେବୁଲ ୫୩, ଭୁବନେଶ୍ୱର ଲେଡିଜ୍ ସର୍କଲ ୧୨

ଭୁବନେଶ୍ୱର : ଆର୍ଥିକ ଅନଗ୍ରସରଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଥିବା ଦୁଇ ସଂସ୍ଥା ଭୁବନେଶ୍ଵର ରାଉଣ୍ଡ ଟେବୁଲ ୫୩ ଏବଂ ଭୁବନେଶ୍ଵର ଲେଡିଜ୍ ସର୍କଲ ୧୨ ପକ୍ଷରୁ ‘ଫ୍ଲାଇଟ୍ ଅଫ୍ ଫାଣ୍ଟାସି’ ନାମକ ଏକ ଅଭିଯାନ ଘୋଷଣା କରାଯାଇଛି । ଏହା ଅନ୍ତର୍ଗତ ୨୫ ଜଣ ଆର୍ଥିକ ଅନଗ୍ରସର ବାଳିକାଙ୍କୁ ବିମାନ ଯୋଗେ ଭୁବନେଶ୍ବରରୁ କୋଲକାତା ବୁଲାଇ ନିଆଯାଇଥିଲା । ‘ଫ୍ଲାଇଟ୍ ଅଫ୍ ଫାଣ୍ଟାନ୍ସି’ ଏହି ବାଳିକାମାନଙ୍କୁ ଏକ ଅବିସ୍ମରଣୀୟ ଅନୁଭୂତି ପ୍ରଦାନ କରିବା ସହିତ ନିଜ ନିତିଦିନିଆ ଜୀବନରୁ ବାହାରି କିଛି ନୂଆ ଅନ୍ଵେଷଣ କରିବାର ଅନୁଭୂତି ପ୍ରଦାନ କରିଛି ।
କୋଲକାତାରେ ସ୍ଵତନ୍ତ୍ର ହସ୍ପିଟାଲିଟି ପାଇଁ ଭୁବନେଶ୍ଵର ରାଉଣ୍ଡ ଟେବୁଲ ୫୩ ଏବଂ ଭୁବନେଶ୍ବର ଲେଡିଜ୍ ସର୍କଲ ୧୨ ସିସିଏଲ୍ ୨୭, କେକେଆର୍ଟି ୨୯୩ ଏବଂ କେକେଏଲ୍ ୧୪୭କୁ ପ୍ରଶଂସା କରିଛନ୍ତି । ଏହି ସଂସ୍ଥାଗୁଡ଼ିକ ପକ୍ଷରୁ ଦିଆଯାଉଥିବା ହସ୍ପିଟାଲିଟି ସହାୟତା ବାଳିକାମାନଙ୍କ ପାଇଁ ଉକ୍ତ ଯାତ୍ରାଙ୍କୁ ଅଧିକ ସ୍ମରଣୀୟ କରିଛି । ‘ଫ୍ଲାଇଟ୍ ଅଫ୍ ଫାଣ୍ଟାସି’ ଅଭିଯାନ ଭୁବନେଶ୍ଵର ରାଉଣ୍ଡ ଟେବୁଲ ୫୩ ଏବଂ ଭୁବନେଶ୍ବର ଲେଡିଜ୍ ସର୍କଲ ୧୨ର ମୂଳସଂସ୍ଥା ରାଉଣ୍ଡ ଟେବୁଲ ଇଣ୍ଡିଆ ଏବଂ ଲେଡିଜ୍ ସର୍କଲ ଇଣ୍ଡିଆର ମୂଳମନ୍ତ୍ରକୁ ପ୍ରତିପାଦିତ କରିଛି । ରାଉଣ୍ଡ ଟେବୁଲ ଇଣ୍ଡିଆ ଏକ ନନ୍-ଫର୍-ପ୍ରଫିଟ୍ ଅର୍ଗାନାଇଜେସନ । ଏହା ୧୯୬୨ରେ ପ୍ରତିଷ୍ଠା ହୋଇଥିଲା ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ