ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ ସଂଯୋଗ କରିଛି ଗ୍ଲୋବାଲ ଏଜୁକେସନ ଏକ୍ସପୋ ଆଣ୍ଡ କନକ୍ଲେଭ

ଭୁବନେଶ୍ବର : ଆଇସିସି ଗ୍ଲୋବାଲ୍ ଏଜୁକେସନ୍ ଏକ୍ସପୋ ଆଣ୍ଡ କନକ୍ଲେଭ ହୋଟେଲ ସ୍ବସ୍ତି ପ୍ରିମମିୟମରେ ଅନୁଷ୍ଠିତ ହୋଇଯାଇଛି । ଆଫାୟର୍ସ ଏବଂ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ ସଂଯୋଗ ହେବା ସହିତ ସେମାନଙ୍କର ଅନନ୍ୟ ଶିକ୍ଷାଗତ ସୁଯୋଗ ପ୍ରଦର୍ଶନ କରିବା ଏବଂ ଅନୁଷ୍ଠାନଗୁଡିକ ପାଇଁ ଏକ ବ୍ୟାପକ ପ୍ଲାଟଫର୍ମ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଆଇସିସି ଗ୍ଲୋବାଲ୍ ଏଜୁକେସନ୍ ଏକ୍ସପୋ ଆଣ୍ଡ୍ କନକ୍ଲେଭ୍ ହେଉଛି ଏକ ସମ୍ମାନଜନକ କାର୍ଯ୍ୟକ୍ରମ ଯାହା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷା ଉତ୍ସାହୀଙ୍କୁ ଆକର୍ଷିତ କରିଥାଏ । ଏ ନେଇ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଆଇସିସି ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ ବି ପାଣି, ପରିଷଦର ଉପାଧ୍ୟକ୍ଷ ରାଜୀବ ସାହୁ, ଡେପୁଟି ଡାଇରେକ୍ଟର ତଥା ଆଞ୍ଚଳିକ ମୁଖ୍ୟ ଜ୍ୟୋତି ପ୍ରକାଶ ପାଲ, ଆଇସିସି କୌଶଳ ଓ ଶିକ୍ଷା କମିଟି ଆବାହକା ଡ. ଚିଦାତ୍ମିକା ଖଟୁଆ, ଆଇସିସି ଦକ୍ଷତା ଏବଂ ଶିକ୍ଷା କମିଟିର ସହ-ଆବାହିକା ସିକତା ଦାସ, ଆଫାୟର୍ସର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସଞ୍ଜୀବ ବଲିୟା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ