ବିଶ୍ୱସ୍ତରୀୟ କ୍ରୀଡ଼ା କମ୍ପେ୍ଲକ୍ସ ‘କ୍ଳବ୍ ଅମ୍ବର’ ଉଦଘାଟନ କଲେ ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍

ଭୁବନେଶ୍ୱର : ଦେଶର କ୍ରୀଡ଼ା ରାଜଧାନୀ ଓଡ଼ିଶାରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇବା ଏବଂ ବିଳାସପୂର୍ଣ୍ଣ ଜୀବନଯାପନର ଅନୁଭୂତିକୁ ପୁନଃ ନିର୍ଦ୍ଧାରଣ କରିବା ପାଇଁ ‘ଜେଡ଼୍ ୱାନ୍’ର ଏକ ବଳିଷ୍ଠ ପ୍ରୟାସ ହେଉଛି ‘କ୍ଳବ୍ ଅମ୍ବର’ । ରାଜଧାନୀର ଜଣାଶୁଣା ଆବାସିକ କମ୍ପେଲେକ୍ସ ‘ଜେଡ଼୍ ୱାନ୍’ ପରିସରରେ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ କ୍ରୀଡ଼ା ପରିସର ‘କ୍ଳବ ଅମ୍ବର’ ଉଦ୍ଘାଟିତ ହୋଇଯାଇଛି । ଏହାକୁ ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ୨ ଏକର ପରିମିତ ଅଞ୍ଚଳ ଉପରେ ନିର୍ମିତ ‘କ୍ଳବ୍ ଅମ୍ବର’ ହେଉଛି ସବୁଠାରୁ ବଡ଼ ରେସିଡ଼େନ୍ସିଆଲ୍ ଆଉଟ୍ଡୋର ଗେମ୍ କମ୍ପେଲେକ୍ସ ।

ଏଠାରେ ବିଭିନ୍ନ ଇନ୍ଡୋର ଗେମ୍ସ ବ୍ୟତୀତ ୨ଟି ସିନ୍ଥେଟିକ୍ ଟେନିସ୍ କୋର୍ଟ, ଜଗିଂ ଟ୍ରାକ୍, ଇନ୍ଡ଼ୋର ଏୟାର କଣ୍ଡିସନ୍ସ ବ୍ୟାଡ଼ମିନ୍ କୋର୍ଟ, ଦୁଇଟି ସୁଇମିଂ ପୁଲ୍, କାଲିଷ୍ଟେନିକ୍ସ ପାର୍କ, ଗଲ୍ଫ ପ୍ରାକ୍ଟିସ୍ ନେଟ୍, ହାଫ୍ ବାସ୍କେଟବଲ୍ କୋର୍ଟ, ଦୁଇଟି କ୍ରିକେଟ୍ ପ୍ରାକ୍ଟିସ୍ ନେଟ୍, ସ୍କେଟିଂ ରିଙ୍କ୍, ଜିମ୍, ଘରୋଇ ମୁଭି ଥିଏଟର ଓ ବାଂକ୍ୱେଟ୍ ଲନ୍ ଆଦି ରହିଛି ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ