ରଜ ସମ୍ଭାର… ଅସୀମାଙ୍କ ଗୀତରେ ଦୁଲୁକିବ ଧଉଳି ପାଦଦେଶ

ଭୁବନେଶ୍ବର : ଚଳିତଥର ରଜରେ କମ୍ପିବ ଧଉଳି ପାଦଦେଶ । ରଜ ମହୋତ୍ସବକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ଚଳିତ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୩ ଦିନ ଧରି ଧୁମଧାମରେ ସହ ଧଉଳି ପାଦଦେଶରେ ପାଳନ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ । ଏହି ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ସୁଲେଚନା ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ ବେଲି ଅଧ୍ୟକ୍ଷ କହିଛନ୍ତି । ଏହା ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଓଲିଉଡର କମେଡି କିଙ୍ଗ ପପୁ ପମପମ୍ ଙ୍କ କମେଡି ସହ ଓଲିଉଡ ଗାୟିକା ଅସୀମା ପଣ୍ଡାଙ୍କ ସଂଗୀତ ପରିବେଷଣ ଦର୍ଶକଙ୍କ ଭରପୂର ମନୋରଞ୍ଚନର ଖୋରାକ ଯୋଗାଇବ । ଏହାସହ ପ୍ରତ୍ୟେକ ଦିନ ଗ୍ରାମର ପିଲାମାନଙ୍କଦ୍ବାରା ଝୋଟି, ଚିତା ଲିପି, ପୁଞ୍ଚି ଓ ରଜଦୋଳି ପ୍ରତିଯୋଗିତା ଆୟୋଜନ କରାଯିବା ସହ କୃତି ପ୍ରତିଯୋଗୀଙ୍କୁ ମଂଚରେ ପୁରସ୍କୃତ କରାଯିବ ବୋଲି କହିଛନ୍ତି ଅନୁଷ୍ଠାନର କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ