ଓଡିଶା ଯ଼ୋଗାଯ଼ୋଗ

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପିଲାଙ୍କୁ ମଗାଣା ଶିକ୍ଷା ପ୍ରଦାନ କରିବ ରୟାଲ୍‌ ଗ୍ରୁପ ଅଫ୍‌ ଇନଷ୍ଚିଟ୍ୟୁସନ୍

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପିଲାଙ୍କୁ ମଗାଣା ଶିକ୍ଷା ପ୍ରଦାନ କରିବ ରୟାଲ୍‌ ଗ୍ରୁପ ଅଫ୍‌ ଇନଷ୍ଚିଟ୍ୟୁସନ୍ । ରୟାଲ କଲେଜ ଅଫ୍‌ ସାଇନ୍ସ୍‌ ଏଣ୍ଡ ଟେକ୍ନୋଲୋଜି, ରୟାଲ ପବ୍ଲିକ୍‌ ସ୍କୁଲ ଏବଂ ବାଲେଶ୍ଵର ଜିଲ୍ଲାର ମଇତାପୁରରେ ଥିବା ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ୍‌ ସ୍କୁଲରେ ମାଗଣାରେ ପାଠ ପଢ଼ାଇବାକୁ ଶିକ୍ଷାନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି । ଦୁର୍ଘଟଣାରେ ଓଡ଼ିଶା ରାଜ୍ୟର ଉଭୟ ପିତାମାତା କିମ୍ବା କେବଳ ପିତା ବା ମାତାଙ୍କୁ ହରାଇଥିବା ପିଲାମାନେ ଯଦି ଶିକ୍ଷା ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କରନ୍ତି, ତେବେ ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ଓଡ଼ିଆ ଓ ଇଂରାଜୀ ବିଭାଗରେ ସେମାନଙ୍କ ଯୋଗ୍ୟତା ଅନୁସାରେ ମାଗଣା ରହିବା, ଖାଇବା ସହିତ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ରୟାଲ ଗ୍ରୁପ ଅଫ୍‌ ଇନଷ୍ଚିଟ୍ୟୁସନର ଚେୟାରମ୍ୟାନ୍‌ ଡ଼.ବିଷ୍ଣୁମୋହନ ମହାନ୍ତି । ଏଥିପାଇଁ ସମ୍ପୃକ୍ତ ପରିବାରର ସଂପର୍କୀୟଙ୍କୁ ଯୋଗାଯୋଗ କରିବା ପାଇଁ ସେ କହିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୟାଲ ଗ୍ରୁପ ଅଫ୍‌ ଇନଷ୍ଚିଟ୍ୟୁସନର ଚେୟାରମ୍ୟାନ୍‌ ଡ଼.ବିଷ୍ଣୁମୋହନ ମହାନ୍ତି, ଭାଇସ୍ ଚେୟାରମ୍ୟାନ ମିଲନ୍ ମହାନ୍ତି ଉପସ୍ଥିତ ଥିଲେ ।

ଗତ ଜୁନ୍‌ ୨ ତାରିଖରେ ବାଲେଶ୍ଵର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମଗ୍ର ଦେଶବାସୀଙ୍କୁ ମର୍ମାହତ କରିଛି । ମୃତକଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧଞ୍ଜଳି ଜ୍ଞାପନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇ ସେମାନଙ୍କ ପିଲାଙ୍କୁ ଉନ୍ନତ ଶିକ୍ଷା ଦେବା ଲକ୍ଷ୍ୟରେ ଆଗେଇ ଆସିଛି ଭୁବନେଶ୍ବରସ୍ଥିତ ରୟାଲ ଗ୍ରୁପ ଅଫ୍‌ ଇନଷ୍ଚିଟ୍ୟୁସନ । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପରିଗଣିତ ଏହି ଶିକ୍ଷାନୁଷ୍ଠାନର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।  

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା