୯ ବର୍ଷର ଯାତ୍ରା ବଖାଣୁଛି ଭାରତୀୟ ଜନତା ପାର୍ଟି । ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନାକୁ ପାଥେୟ କରି ଆଗେଇଛି ବିଜେପି…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରରେ ମୋଦି ଶାସନର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମଳନୀ ସ୍ଥାନୀୟ ଶୋଭା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମଳନୀରେ ଝାଡଖଣ୍ଡର ପୂର୍ବତନ ଜିଲ୍ଲା ସଭାପତି ଦିନେଶ ଆନନ୍ଦ ଗୋସ୍ୱାମୀ ଯୋଗ ଦେଇ କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନାକୁ ପାଥେୟ କରି ବିଗତ ୯ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ,ପ୍ରତିରକ୍ଷାଠାରୁ ଆରମ୍ଭ କରି ବୈଦେଶିକ ସୁସମ୍ପର୍କ ସ୍ଥାପନ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରି ସାରା ବିଶ୍ୱରେ ଭାରତକୁ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚାଇ ପାରିଛନ୍ତି । ଏହା ସହିତ ମେ ୩୦ରୁ ଜୁନ ୩୦ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜାରି ରହିଥିବା ମହା ଜନସମ୍ପର୍କ ଅଭିଯାନରେ ପାର୍ଟିର କର୍ମକର୍ତ୍ତା ଘରକୁ ଘର ବୁଲି ୨୦୦୯ ରୁ ୨୦୨୩ ମଧ୍ୟରେ ମୋଦି ସରକାରଙ୍କଦ୍ବାରା କରାଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବାବଦରେ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି ।

ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରି ତୃଣମୂଳ ସ୍ତରରେ ସଙ୍ଗଠନକୁ ସୃଦୃଢ କରାଯିବ ବୋଲି ଦିନେଶ ଆନନ୍ଦ ଗୋସ୍ୱାମୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ମିଡ଼ିଆ ସେଲ ଅଧ୍ୟକ୍ଷ ଗଣେଶ ପ୍ରସାଦ ମହାନ୍ତି, ପାରାଦ୍ବୀପର ଯୁବ ନେତା ସମ୍ପଦ ସ୍ବାଇଁ ପ୍ରମୁଖ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ