ଓଡିଶା

ନୀତି ଆୟୋଗ ବୈଠକରେ ସାମିଲ ହେଲାନି ଓଡିଶା…

ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗର ଅଷ୍ଟମ ବୈଠକରେ ଯୋଗ ଦେଇନାହିଁ ଓଡ଼ିଶା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନାହାନ୍ତି । ପୂର୍ବରୁ ୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେଇନଥିବାବେଳେ ଏବେ ନବୀନ ନୀତି ଆୟୋଗ ବୈଠକରେ ଯୋଗ ନ ଦେବାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଧୋର ଧରିଛି । ଅପରପକ୍ଷେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୀତି ଆୟୋଗ ବୈଠକରେ ବିରୋଧୀ ଦଳର ଶାସନରେ ଥିବା ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇ ନ ଥିବାବେଳେ ନବୀନ ମଧ୍ୟ ବୈଠକରେ ସାମିଲ ନହେବା ଏକ ଆଲୋଚ୍ୟର ବିଷୟ ପାଲଟିଛି ।

ବୈଠକରେ ଓଡ଼ିଶା ବ୍ୟତିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ. ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ୍ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ମଧ୍ୟ ଯୋଗ ଦେଇନାହାନ୍ତି ।

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଛି । ବିକଶିତ ଭାରତ @୨୦୪୭ ଏହାର ମୁଖ୍ୟ ପ୍ରସଙ୍ଗ ରହିଛି । ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକରେ ସ୍ୱାସ୍ଥ୍ୟ, ନାରୀ ସଶକ୍ତୀକରଣ, ଭିତ୍ତିଭୂମୀ ବିକାଶ, ଦକ୍ଷତା ବିକାଶ ଆଦି ପ୍ରସଙ୍ଗରେ ଆଲୋଚନା ହେଉଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା