ଗୁପ୍ତେଶ୍ୱରଙ୍କ ବିଶ୍ବଶାନ୍ତି ମହାଯଜ୍ଞରେ ଯୋଗ ଦେଲେ ବିଧାୟିକା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ୍.ଛଚିନାସ୍ଥିତ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଏହି ଅବସରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉପସ୍ଥିତ ରହି ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଦୀର୍ଘ ୧୧ ଦିନବ୍ୟାପି ଅନୁଷ୍ଠିତ ହେଉଥିବା ଏହି ବିଶ୍ବଶାନ୍ତି ମହାଯଜ୍ଞରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେଉଛି । ଏଥିପାଇଁ ସ୍ଥାନୀୟ ବେଗୁନିଆପଡା ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟବସ୍ଥା ଗ୍ରହଣ ହୋଇଛି । କରୋନା କଟକଣା ପାଇଁ ବନ୍ଦ ରହିଥିବା ଏହି ମହାଯଜ୍ଞ ଚଳିତ ବର୍ଷ ରୀତିନୀତିରେ ଅନୁଷ୍ଠିତ ହେଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ବିଧାୟିକା ମନ୍ଦିର ସମ୍ମୁଖରେ ପହଞ୍ଚିବାମାତ୍ରେ କମିଟି ସଦସ୍ୟ ତାଙ୍କୁ ଉପଢୌକନ ଦେଇ ସ୍ବାଗତ ପୂର୍ବକ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ବିଧାୟିକା ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ କରି କୃତାର୍ଥ ହୋଇଥିଲେ । ପରେ ଯଜ୍ଞ ପରିଚାଳନା କମିଟି ସଦସ୍ୟଙ୍କ ସହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ସୂଚନା ଅନୁସାରେ ଆୟୋଜିତ ଯଜ୍ଞ ଗତ ମେ ୧୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୮ ତାରିଖରେ ପୂର୍ଣ୍ଣାହୁତି ହେବ ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ