ଦାବି ପୂରଣ ନ ହେଲେ ସମୂହ ଛୁଟିରେ ରହିବେ ସରକାରୀ କର୍ମଚାରୀ

ବେଗୁନିଆପଡା : ମିନିଷ୍ଟେରିଆଲ କର୍ମଚାରୀଙ୍କ ଦାବି ଏବେ ରାଜ୍ୟବ୍ୟାପୀ ବଢିବାରେ ଲାଗିଛି । ବେଗୁନିଆପଡା ପରେ ପରେ ଏବେ ଏହି ଦାବି କୋଦଳା ତହସିଲରେ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ମିନିଷ୍ଟେରିଆଲ କର୍ମଚାରୀଙ୍କୁ ଲେବୁଲ ୯କୁ ପ୍ରମୋସନ ପାଇଁ ଦାବି ନେଇ ସଙ୍ଘ ପକ୍ଷରୁ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ କରାଯାଇଛି । ୧୯୦୦ ଗ୍ରେଡ଼ପେ କୁ ୪୨୦୦ କୁ ବୃଦ୍ଧି କରିବା ପାଇଁ ଦାବି ନେଇ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କର୍ମଚାରୀ କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟରେ ଯୋଗଦେବେ । ସରକାର ଇତି ମଧ୍ୟରେ ଯଦି ସେମାନଙ୍କ ଦାବି ଗ୍ରହଣ ନ କରନ୍ତି ତେବେ ଆସନ୍ତା ଜୁନ ଏକ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସମୂହ ଛୁଟିରେ ରହିବେ ବୋଲି କହିଛନ୍ତି ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ