ମିନିଷ୍ଟେରିଆଲ କର୍ମଚାରୀଙ୍କୁ ଲେବୁଲ ୯କୁ ପ୍ରମୋସନ ଦାବି

ବେଗୁନିଆପଡା : ରାଜ୍ୟ ସରକାରଙ୍କ ମିନିଷ୍ଟେରିଆଲ କର୍ମଚାରୀଙ୍କୁ ଲେବୁଲ ୯କୁ ପ୍ରମୋସନ ଦାବି ନେଇ ସଙ୍ଘ ପକ୍ଷରୁ ଦାବି ଉପସ୍ଥାପନ ହେଇଛି । ଏହି ପରିପ୍ରେକ୍ଷୀରେ ବେଗୁନିଆପଡା ବ୍ଲକ ପକ୍ଷରୁ କର୍ମଚାରୀମାନେ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ କରିଛନ୍ତି । ସୂଚନା ଅନୁସାରେ କର୍ମଚାରୀମାନେ ୧୯୦୦ ଗ୍ରେଡ଼ ପେ ପାଉଥିବାବେଳେ ଏହାକୁ ୪୨୦୦ କୁ ବୃଦ୍ଧି କରିବା ପାଇଁ ଦାବି ନେଇ ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି । ଯଦି ସରକାର ଇତି ମଧ୍ୟରେ ସେମାନଙ୍କ ଦାବି ଗ୍ରହଣ ନ କରନ୍ତି ତେବେ ଆସନ୍ତା ଜୁନ ୧ ତାରିଖଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ମଚାରୀମାନେ ସମୂହ ଛୁଟିରେ ରହିବେ ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ