ଦେଶ ବିଦେଶ

ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ, ଶିବ କୁମାର ଉପମୁଖ୍ୟମନ୍ତ୍ରୀ

ସରିଲା କଳି । ଚିଣ୍ଡିଲା ବିବାଦ । ଜଣେ ହେବେ ମୁଖ୍ୟମନ୍ତ୍ରୀ, ଆଉ ଜଣେ ଉପମୁଖ୍ୟମନ୍ତ୍ରୀ । ଗତ ୪ ଦିନ ଧରି ଚାଲିଥିବା କର୍ଣ୍ଣାଟକର ହାଇ ପଲଟିକାଲ ଡ୍ରାମାରେ ଯବନିକା ପଡ଼ିଛି ।

ଶେଷରେ ଦଳ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଡିକେ ଶିବ କୁମାରଙ୍କୁ ଡେପୁଟି ସିଏମ୍‌ ପଦରେ ଅଭିଷିକ୍ତ କରାଇବା ପାଇଁ ନିଷ୍ପତ୍ତି ନେଇଛି । ଆସନ୍ତା ୨୦ ମଧ୍ୟାହ୍ନ ୧୨ ଟା ୩୦ରେ ବେଙ୍ଗାଲୁରୁରେ ହେବ ଶପଥ ଗ୍ରହଣ ଉତ୍ସବ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଭୟ ଶିବ କୁମାର ଓ ସିଦ୍ଦରମୈୟା ଇଛୁକ ଥିବାବେଳେ ଏ ନେଇ ହାଇକମାଣ୍ଡଙ୍କ ଚିନ୍ତା ବଢ଼ି ଯାଇଥିଲା । ଏହାକୁ ନେଇ ଗତକାଲି ଉଭୟ ନେତା ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଶେଷରେ ଉଭୟଙ୍କ ସହମତିରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।