ଓଡିଶା

ଭିଜିଲାନ୍ସ ଜାଲରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ

ବେଗୁନିଆପଡା : ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ । ସୂଚନା ଅନୁସାରେ ଏହି ବ୍ଲକର ମଠସରସିଂ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଝଡିଆ ସ୍ୱାଇଁ ବହୁ ହିତାଧିକାରୀଙ୍କ ଭତ୍ତା କରାଇଦେବା ପାଇଁ ବିଏସ୍ଏସ୍ଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ । ହେଲେ ଏଥିରେ ତାଙ୍କୁ କୌଣସି ସୁଫଳ ମିଳିନଥିଲା । ଏପରିକି ଭତ୍ତା କରାଇଦେବା ଲାଗି ତାଙ୍କୁ ବିଏସ୍ଏସ୍ଓ ଲାଞ୍ଚ ମାଗିଥିଲେ । ଫଳରେ ବାଧ୍ୟ ହୋଇ ଭିଜିଲାନ୍ସର ଆଶ୍ରୟ ନେଇଥିଲେ ଝଡିଆ । ଯୋଜନା ଅନୁସାରେ ବିଏସ୍ଏସ୍ଓ ଅରୁଣ ଛଅ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଗରୁ ଛପି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡ କାବୁ କରିଥିଲା । ପରେ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରାଯିବା ସହ ଅଧିକ ତଦନ୍ତ ପାଇଁ ବିଏସ୍ଏସ୍ଓ ଏବଂ ଅଭିଯୋଗକାରୀ ଝଡିଆଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା