ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମାତୃ ଦିଵସ ପାଳିତ

ଗଜପତି : ଗଜପତି ଜିଲ୍ଲା ସ୍ଥାନୀୟ ୟୁଟେକ୍ କମ୍ପ୍ୟୁଟର ଏଡୁକେସନ ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମାତୃ ଦିବସ କଳ୍ପନା ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମାଆକୁ ସମ୍ମାନ ଜାତିକୁ ସମ୍ମାନ । ମା ସର୍ବଂସହା । ମାର ମମତା, ସ୍ନେହ, ତ୍ୟାଗ, ପ୍ରେମ ହେଉଛି ଅନନ୍ତ, ଅମାପ । ତାରି ଡୋରୀରେ ବନ୍ଧା ଏ ଜଗତ, ତା ବିନା ଆମର ନାହିଁ ଅସ୍ତିତ୍ବ ବୋଲି ବକ୍ତାମାନେ କହିଥିଲେ । କାର୍ଯ୍ୟକ୍ରମରେ ଡ଼ ପ୍ରଦୀପ ମହାପାତ୍ର ସି.ଡି.ଏମ୍.ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଏସକେସିଜି କଲେଜର ଅଧ୍ୟକ୍ଷ ଡ ଅଜୟ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏଥିରେ ବରିଷ୍ଠ ମା ରତ୍ନବାଳା ପଟନାୟକ ବିଶିଷ୍ଟ ଅତିଥି ଭାବେ ଏବଂ ଲୋକନାଥ ମିଶ୍ର, ତନୁଜା ଶତପଥୀ ସମ୍ପାଦିକା ପ୍ରଗତି, ବିଚିତ୍ରାନନ୍ଦ ବେବର୍ତ୍ତା ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରମୁଖ ମଞ୍ଚାସିନ ଥିଲେ । ଅନ୍ୟାନ୍ୟ ବକ୍ତା ମଧ୍ୟରେ ମନୋଜ ପଟନାୟକ, ପଣ୍ଡିତ ନରସିଂହ ଗୌଡ଼, ସବିତା ପଣ୍ଡିତ, ରାଜେଶ୍ୱରୀ ସ୍ୱାଇଁ, ବର୍ଷା ରାଉତ, ପ୍ରଫୁଲ୍ଲ ବେବର୍ତ୍ତା, ମାନସୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଦୁଇ ଜଣ ଶ୍ରେଷ୍ଟ ମା ଶ୍ରଦ୍ଧାଞ୍ଜଳି ପଟନାୟକ ଏବଂ ଏମ୍ ଯୋଗଲାମାଙ୍କୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରା ଯାଇଥିଲା । ଏହି ଅବସରରେ କବିତା ପାଠ, ଏକକ ଅଭିନୟ, ନୃତ୍ୟ, ସଂଗୀତ ପ୍ରତିଯୋଗିତା ହୋଇଥିଲା ।
ରିପୋର୍ଟ: ଗଜପତିରୁ ବିବେକାନନ୍ଦ ବେହେରା