ଓଡିଶା

ଦୀପାଳି ହେଲେ ନୂଆ ମଙ୍ଗୁଆଳ । ଝାରସୁଗୁଡା ମଙ୍ଗ ଧରିବେ ଦୀପାଳି ଦାସ

ଝାରସୁଗୁଡା ଉପ-ନିର୍ବାଚନରେ ଫେଲ୍ ମାରିଲା ବିଜେପି ଆଉ କଂଗ୍ରେସ ଅଙ୍କ କଷା । ସମସ୍ତଙ୍କୁ ପଛରେ ପକାଇ ରେକର୍ଡ କଲେ ସ୍ବର୍ଗତଃ ନବ ଦାସଙ୍କ ସୁପୁତ୍ରୀ ଦୀପାଳି ଦାସ । ଦୀପାଳି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୪୮, ୭୨୧ ଖଣ୍ତ ଭୋଟରେ ପରାସ୍ତ କରିଛନ୍ତି ।   

ଦୀପାଳିଙ୍କୁ ମୋଟ ୧ ଲକ୍ଷ ୭ହଜାର ୧୯୮ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୪୭୭ ଖଣ୍ଡ ଭୋଟ ମିଳିଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪ ହଜାର ୪୯୬ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି । ମୋଟ ୧୯ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡରୁ ହିଁ ଦୀପାଳି ଆଗରେ ରହିଥିଲେ ।

ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓଡ଼ିଶା ପ୍ରଗତି ଦଳର ପ୍ରାର୍ଥୀ ଜନ୍ମ ରୋହିଦାସ ୭୧୭ ଖଣ୍ଡ ଭୋଟ ପାଇଥିବା ବେଳେ ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା ୨୮୬, କଳିଙ୍ଗ ସେନାର ମହେନ୍ଦ୍ର ପଟ୍ଟନାୟକ ୪୨୮, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଜଲାନ ୪୫୪, ମହେନ୍ଦ୍ର ଲୁହା ୮୩୦ ଓ ଜ୍ଞାନେନ୍ଦ୍ର ବେହେରା ୯୭୨ ଖଣ୍ଡ ଭୋଟ୍ ପାଇଛନ୍ତି । ନୋଟାରେ ୨୦୭୪ ଖଣ୍ଡ ଭୋଟ ପଡ଼ିଛି ।

ବିପୁଳ ଭୋଟରେ ବିଜୟ ପରେ ଝାରସୁଗୁଡ଼ା ମାଟିକୁ ନବ ଦାସ ଆଜି ପୁଣି ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି କହିଛନ୍ତି ଦୀପାଳି । ୨୦୧୯ ନିର୍ବାଚନରେ ନବ କିଶୋର ଦାସ ଏହି ଆସନରୁ ୪୫ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ପରାସ୍ତ କରିଥିଲେ । ସ୍ୱର୍ଗତ ନବ କିଶୋର ଦାସ ୯୮,୬୨୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ଦୀପାଳି ଏହି ରେକର୍ଡ ଭାଙ୍ଗିଛନ୍ତି ।

ଅପରପକ୍ଷେ ଝାରସୁଗୁଡାରେ କଂଗ୍ରେସ ନିଜର ସ୍ଥିତି ହରାଇଥିବା ଦେଖିବାକୁ ମିଳିଛି । ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ୧୮,୮୨୩ ଖଣ୍ଡ ଭୋଟ ପାଇଥିଲେ । କିନ୍ତୁ ଏଥର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୫ ହଜାର ଭୋଟ୍ ମଧ୍ୟ ପାଇଲେ ନାହିଁ । ଦଳ ଗତ ଥରରୁ ୧୪,୩୨୭ ଖଣ୍ଡ କମ୍ ଭୋଟ ପାଇଛି ।

ଗତ ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳି କରି ହତ୍ୟା କରାଯିବା ପରଠୁ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡ଼ିଥିଲା । ଏ ନେଇ ଚଳିତ ମାସ ୧୦ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା