ଓଡିଶା

ୟୁପିଏସସିରୁ ଉତ୍ତୀର୍ଣ୍ଣ ଅଧିକାରୀ ‘ଡକାୟତ’, କହୁ କହୁ କହିଦେଲେ କେନ୍ଦ୍ରମନ୍ତ୍ରୀ

ବାଲିଆପାଳ : ୟୁପିଏସସି ପାଇଥିବା ଅନେକ ବଡ ବଡ ଅଧିକାରୀଙ୍କୁ ଡକାୟତ ବୋଲି ସମ୍ବୋଧନ କରି ଏବେ ହରଡ ଘଣାରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଏପରିକି ସେ କହିଛନ୍ତି ଯେ, ଚିକେନ ଚୋର ଏଠି ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଉଛି, ମାତ୍ର ବଡ ବଡ ଖଣି ଚୋର ଏଠି ଖୁଲମଖୋଲା ବୁଲୁଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା ଓଡିଶାର ବିଜେପି ନେତାଙ୍କ ଏହି ବୟାନ ଏବେ ଚାରିଆଡେ ରାଜନୈତିକ ଉଷ୍ମତାକୁ ବୃଦ୍ଧି କରିଛି ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଦିବାସୀ କଲ୍ୟାଣ ତଥା ଜଳ ସମ୍ପଦ ବିଭାଗର କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ । ଏହି ଅବସରରେ ସେ ପିଲାମାନଙ୍କ ସହିତ ନିଜର ଅନୁଭୂତି ବୟାନ କରୁ କରୁ କହିଥିଲେ ଯେ, ତାଙ୍କର ଭାବନା ଥିଲା ୟୁପିଏସସିରୁ ଉତ୍ତୀର୍ଣ୍ଣ ହେଉଥିବା ଅଧିକାରୀଙ୍କ ଜ୍ଞାନ ସର୍ବୋଚ୍ଚ । ମାତ୍ର ଏବେ ତାଙ୍କର ସେହି ଭାବନାରେ ପରିବର୍ତ୍ତନ ଆସିଛି ।

ସୁବର୍ଣ୍ଣ ଜୟନ୍ତୀ କମିଟିର କାର୍ଯ୍ୟକାରୀ ସଭାପତି ତଥା ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ କମଳ ଲୋଚନ ପିଳାଙ୍କ ସଭପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁଙ୍କ ଏହି ଅଭିଭାଷଣ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଶିକ୍ଷାର ଉପଯୁକ୍ତ ବିକାଶରେ ପିତାମାତା, ଶିକ୍ଷକ ଓ ସମାଜର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାସହ ମାତୃଭାଷାର ବିକାଶ ଓ ବ୍ୟଵହାରକୁ ପ୍ରାଧାନ୍ୟ ଦେବା ପାଇଁ ସମସ୍ତଙ୍କୁ କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ସାହିତ୍ୟିକ ଡ. ହରିଶ ଚନ୍ଦ୍ର ବେହେରା, ଡ. ଶିଶିର ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ: ବାଲିଆପାଳରୁ ଚନ୍ଦନ ଅଣ୍ଡିଆ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା