ଓଡିଶା

ବାଲେଶ୍ୱର​‌ରେ ସେକ୍ସ ରାକେଟ ଠାବ: ୨ ବାଂଲାଦେଶୀ ମହିଳା ସହ ୬ ଯୁବତୀ ଉଦ୍ଧାର, ୧୩ ଗିରଫ 

ବାଲେଶ୍ୱର : ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ବାଲେଶ୍ୱର ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରୁକରୁ ପୁରା ସେକ୍ସ ରାକେଟର ସନ୍ଧାନ ପାଇଛି । ଯେଉଁଥିରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନର କିଛି ଦଲାଲମାନେ ଯୁବତୀଙ୍କୁ ପ୍ରଲୋଭିତ କରି ଏମିତି କାର୍ଯ୍ୟରେ ଲଗାଉଥିବା ବାଲେଶ୍ଵର ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି ।

ଏହି ଘଟଣାରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୬ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଅପରପକ୍ଷେ ଘଟଣାରେ ପୋଲିସ ଆହୁରି ଅଧିକ ତଦନ୍ତ ଜାରି ରଖିଛି । ସେକ୍ସ ରାକେଟରେ ଜିଲ୍ଲାର ଅନେକ ଦଲାଲଙ୍କ ସମ୍ପୃକ୍ତି ଥିବାବେଳେ ଆଗାମୀ ଦିନରେ ପୋଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବ ବୋଲି ବାଲେଶ୍ଵର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ।

ଏସପି ସାଗରିକା ନାଥଙ୍କ ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ପଶ୍ଚିମବଙ୍ଗର ଚବିଶପ୍ରଗଣା ଅଞ୍ଚଳର ଦୁଇଜଣ ଯୁବତୀ ନିଖୋଜ ନେଇ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ପଶ୍ଚିମବଙ୍ଗ ଅଞ୍ଚଳର ଏକ ସାମାଜିକ ଅନୁଷ୍ଠାନ ପକ୍ଷରୁ ଯୁବତୀମାନେ ବାଲେଶ୍ଵରକୁ ଚାଲାଣ ହୋଇ ଆସିଥିବା ବାଲେଶ୍ଵର ପୋଲିସକୁ ସୂଚନା ଦିଆଯାଇଥିଲା । ଏହାକୁ ନେଇ ବାଲେଶ୍ଵର ଏସପି ତତ୍ପରତା ପ୍ରକାଶ କରିବା ସହ ବିଭିନ୍ନ ଥାନା ଅଧିକାରୀଙ୍କୁ ଏ ବିଷୟରେ ଖୋଳତାଡ଼ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବସ୍ତା ଥାନା ଅଞ୍ଚଳରେ କେତେଜଣ ବ୍ୟକ୍ତି ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଟଙ୍କାର ଲୋଭ ଦେଖାଇ ସେକ୍ସ ରାକେଟ ଚଳାଉଥିବା ପୋଲିସ ଖବର ପାଇଥିଲା । ଏହାକୁ ନେଇ ବସ୍ତା ପୋଲିସ ଛାନଭିନ ଆରମ୍ଭ କରିଥିଲା । ଏହାସହ ଜଳେଶ୍ୱରରେ ମଧ୍ୟ ଠିକ୍ ଏଭଳି ଘଟଣା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ।

ଯୁବତୀ ଚାଲାଣ ଓ ସେକ୍ସ ରାକେଟ ଚଳାଉଥିବା ଜଣେ ବେପାରୀଙ୍କୁ ବସ୍ତା ପୋଲିସ ଗିରଫ କରିବା ପରେ ଏଥିରେ ଆହୁରି ଅନେକ ବ୍ୟକ୍ତି ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା । କିଛି ଦଲାଲ ରାଜ୍ୟ ତଥା ରାଜ୍ୟ ବାହାରୁ ଯୁବତୀମାନଙ୍କୁ ଚାକିରୀର ଲୋଭ ଦେଖାଇ ତଥା ଏକ ସୁନ୍ଦର ଲାଇଫ ଷ୍ଟାଇଲର ପ୍ରଲୋଭନ ଦେଖାଇ ସେମାନଙ୍କୁ ଚାଲାଣ କରିଥାନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରି ଦଲାଲ ଓ ସେକ୍ସ ରାକେଟ ଚଳାଉଥିବା ବ୍ୟକ୍ତିମାନେ ମାଲେମାଲ ହୋଇଥାନ୍ତି । ଏଥିପାଇଁ ରାଜ୍ୟ ବାହାରର କିଛି ଦଲାଲ ବାଲେଶ୍ଵର ଅଞ୍ଚଳର ବସ୍ତା, ଜଳେଶ୍ବର ଆଦି ଅଞ୍ଚଳର କିଛି ବ୍ୟକ୍ତିଙ୍କୁ ହାତ କରି ଯୁବତୀ ଚାଲାଣ ସହ ସେମାନଙ୍କୁ ଦେହ ବ୍ୟବସାୟରେ ନିଯୁକ୍ତ କରି ଟଙ୍କା ରୋଜଗାର କରୁଥିଲେ ।

ପଶ୍ଚିମବଙ୍ଗର ଉକ୍ତ ଦୁଇ ଯୁବତୀଙ୍କୁ ଦଲାଲମାନେ ବସ୍ତା ଓ ଜଳେଶ୍ବର ଅଞ୍ଚଳରେ ରଖି ଦେହ ବ୍ୟବସାୟରେ ସାମିଲ କରିବା ସହିତ ମିଛ ପ୍ରମାଣପତ୍ର ଦେଇ ସ୍ୱାମୀ ସ୍ତ୍ରୀ ଭାବେ ରହୁଥିବା ପୋଲିସ ତଦନ୍ତରୁ ଜଣାପଡିଛି । ସବୁଠୁ ବଡ଼କଥା ହେଲା ଦେହ ବ୍ୟବସାୟରେ କିଛି ମହିଳା ସାମିଲ ହୋଇ ଯୁବତୀମାନଙ୍କୁ ଚାଲାଣ କରୁଥିବା ପୋଲିସ କହିଛି ।

ବାଲେଶ୍ବରରୁ ରଞ୍ଜନ ଦେ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା