CISF ୟୁନିଟ ପକ୍ଷରୁ ୫୪ ତମ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର (ରୀତା ସାହୁ): ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପସ୍ଥିତ ଆଇଓସିଏଲ୍ CISF ୟୁନିଟ ପକ୍ଷରୁ ୫୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । CISF ପ୍ୟାରେଡ଼ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ସି.ଆଇ.ଏସ୍.ଏଫ୍ ବରିଷ୍ଠ ଅଧିକାରୀ, ଆଇଓସିଏଲ୍ ଓ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ପ୍ରତିଷ୍ଠା ଦିବସ ସମ୍ପର୍କରେ ଆଲୋକପାତ କରିବା ସହିତ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ପାରାଦ୍ୱୀପରେ ଥିବା ବିଭିନ୍ନ କମ୍ପାନୀରେ CISF ର ଯବାନମାନଙ୍କ ଉନ୍ନତ ଧରଣର କାର୍ଯ୍ୟକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ CISF ର ଯବାନ ଓ ଅଗ୍ନୀଶମ ବିଭାଗର କର୍ମଚାରୀ ଡେମୋ କରି ତାଙ୍କର ରଣକୌଶଳ ପ୍ରଦର୍ଶନ କରିଥିଲେ । ଏଥିରେ ଅତିଥି ମାନଙ୍କ ସହ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।