ମଧୁବାବୁ ପେନସନ ଯୋଜନାରେ ୧୨୯ ଜଣଙ୍କୁ ଭତ୍ତା ବଣ୍ଟନ

ବେଗୁନିଆପଡା (ବାପୁନି କୁମାର ମାଲୁ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ବେଗୁନିଆପଡା ବ୍ଲକରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳରେ ପଟ୍ଟା ଓ ଭତ୍ତା ବଣ୍ଟନ କରାଯାଇଛି । ଆଇଜିଏନ୍ଓପି ଯୋଜନାରେ ୮୧ ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିବା ବେଳେ ମଧୁବାବୁ ପେନସନ ଯୋଜନାରେ ୧୨୯ ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ସେହିଭଳି କୋଦଳା ତହସିଲ ଅନ୍ତର୍ଗତ ମଠବ୍ରହ୍ମପୁର ରେଭିନ୍ୟୁ ସର୍କଲରେ ୧୦ ଜଣ, ସାଳବଣ ସର୍କଲରେ ୨୧ ଜଣ, ଘୋଡାପଡା ସର୍କଲରେ ଜଣଙ୍କୁ, ମର୍ଦମେଖ ସର୍କଲରେ ୨୫ ଜଣ ଓ କୋଦଳା ସର୍କଲରେ ୨୧ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଛି ।

ଏହି ସମୟରେ ବେଗୁନିଆପଡା ବ୍ଲକ ଅଧକ୍ଷ ରେଣୁ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ତହସିଲଦାର ସସ୍ମିତା ଶତପଥୀ, ଜିପିଈଓ ଅଶୋକ କୁମାର ଜେନା, ବିଏସ୍ଏସ୍ ଓ ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଆରଆଇ, ପିଇଓ ଓ ହିତାଧିକାରୀ ଉପସ୍ଥିତ ଥିଲେ ।