ଓଡିଶା ଟ୍ରେଣ୍ଟିଂ

ଭୂମିପୁତ୍ରଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ଉପହାର ଦେଲେ ନବୀନ । ବାପାଙ୍କ ପ୍ରିୟ ବିମାନ ‘ଡାକୋଟା’ ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ

ଓଡିଆ ଜାତିର ସ୍ବାଭିମାନ, ଦ୍ୱିତୀୟ ଖାରବେଳ, ଭୂମିପୁତ୍ର ତଥା ଉତ୍କଳର ବରପୁତ୍ର, ଦୁଃସାହସିକ ପାଇଲଟ୍ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେଲା ବିମାନ ‘ଡାକୋଟା’ । ଏଣିକି ଡାକୋଟାର କାହାଣୀ ଜାଣିବେ ଦେଶ ବିଦେଶର ଲୋକେ । ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସବୁପ୍ରକାରର ବ୍ୟବସ୍ଥା ହୋଇଛି । ଏହି ଲୋକାର୍ପିତ ଉତ୍ସବରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଟୁକୁନି ସାହୁ, ପୋଲିସ ଡିଜି ଏବଂ ଅନ୍ୟ ଦଳୀୟ କର୍ମୀ ପ୍ରମୁଖ ସାମିଲ ରହିଛନ୍ତି ।

ଗତ ଜାନୁଆରୀରେ ଭୁବନେଶ୍ୱର ଆସିଥିଲା ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । କୋଲକାତାରୁ ଭୁବନେଶ୍ୱର ବିମାନ ବନ୍ଦରକୁ ବିମାନକୁ ଅଣାଯାଇ ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଏହାକୁ ରଖାଯାଇଛି । ବିଜୁ ବାବୁ ଏହି ବିମାନରେ ବହୁ ଦୁଃସାହସିକ କାରନାମା କରିଥିଲେ । ୧୯୪୭ରେ ନେହେରୁଙ୍କ ତତ୍ତ୍ବାବଧାନରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଜୁବାବୁ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ସହ ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । 

୧୯୬୨ରେ ଭାରତ-ଚୀନ ଯୁଦ୍ଧ ସମୟରେ ସେ ଜବାହାରଲାଲ ନେହେରୁଙ୍କ ମିଲିଟାରୀ ଆଡଭାଇଜର ଦାୟିତ୍ବ ତୁଲାଇଥିଲେ । ଏହାସହ ପାକିସ୍ତାନ ଓ ଚୀନ୍ ସହ ଯୁଦ୍ଧ ବେଳେ ସୀମାନ୍ତରେ ଲଢ଼ୁଥିବା ଭାରତୀୟ ସେନାଙ୍କ ପାଇଁ ବିଜୁବାବୁ ନିଜେ ଡାକୋଟାରେ ଖାଦ୍ୟ ଓ ଯୁଦ୍ଧାସ୍ତ୍ର ପହଞ୍ଚାଇଥିଲେ । ଦୀର୍ଘବର୍ଷ ଧରି ପଡିରହିବା ଯୋଗୁଁ ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଥିଲା । ଭୁବନେଶ୍ୱର ଅଣାଯିବା ପରେ ବିମାନର ମରାମତି ଓ ରଙ୍ଗ କାମ ହୋଇଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା