ଓଡିଶା

ଲୋକଙ୍କ ହକ୍ ପାଇଁ ଦାବି ଉଠାଇଲା କୋଦଳା ୟୁଥ୍ ଫୋରମ୍ । ଅଘୋଷିତ ବିଦ୍ୟୁତ୍ କାଟ ବିରୋଧରେ ଅଭିଯୋଗ ।

କୋଦଳା(ବାପୁନି କୁମାର ମାଲୁ): ଟାଟା ପାୱାରର ଖାମଖିଆଲ ନୀତି ତଥା ଅଘୋଷିତ ବିଦ୍ୟୁତ୍ କାଟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ  ଲିଖିତ ଅଭିଯୋଗ କରିଛି କୋଦଳା ୟୁଥ୍ ଫୋରମ୍ । ଗ୍ରୀଷ୍ଣ ନ ଆସୁଣୁ ଅସହ୍ୟ ଗରମ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବାବେଳେ ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ କଲବଲ କରୁଛି । ଏ ନେଇ କୋଦଳା ୟୁଥ୍ ଫୋରମ୍ ପକ୍ଷରୁ ଏକ ଟିମ୍ ଟାଟା ପାୱାର କାର୍ଯ୍ୟାଳୟରେ ପହଞ୍ଚି ଆସିଷ୍ଟାଣ୍ଟ ମ୍ୟାନେଜର ଜି କିରଣ କୁମାରଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ବନ୍ଦ କରାଯିବା ସହିତ ଦଣ୍ଡିଶ୍ୱର ମହାଦେବଙ୍କ ବିଶ୍ବଶାନ୍ତି ମହାଯଜ୍ଞ ପୂର୍ବରୁ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛି କୋଦଳା ୟୁଥ୍ ଫୋରମ୍ ।

ଅପରପକ୍ଷେ ଏବେ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବା ବେଳେ ଆଗକୁ ମାଟ୍ରିକ୍ ପରୀକ୍ଷା ମଧ୍ୟ ରହିଛି । ତେଣୁ ବାରମ୍ବାର ବିଦ୍ୟୁତ କାଟ ହେବା ଫଳରେ ଛାତ୍ରଛାତ୍ରୀମାନେ ପାଠପଢାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ କୋଦଳା ୟୁଥ୍ ଫୋରମ୍ ଏହାର ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ।

କୋଦଳା ଏନ୍ଏସିରେ ଅହେତୁକ ବିଦ୍ୟୁତ କାଟ, ବିପଦ ଶଙ୍କୁଳ ଅବସ୍ଥାରେ ଥିବା ତାର ଓ ଖୁଣ୍ଟ ଆଦି ମରାମତି ହେଉ ନ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଏପରିକି ବକେୟା ବିଲ୍ ଆଦାୟ ନାଁରେ ଟାଟା କର୍ମଚାରୀ ଜୋର ଜବରଦସ୍ତ ବିଜୁଳି କାଟ କରିଦେଉଥିବା ଅଭିଯୋଗ କରିଛି ସଂଗଠନ । ଉପଭୋକ୍ତାଙ୍କୁ ବିଲ୍ ଆଳରେ ମାତ୍ରାଧିକ ଶୋଷଣ ହେଉଥିବା ନେଇ ଉପଭୋକ୍ତା ଅଭିଯୋଗ କରୁଥିବାବେଳେ ଏ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ସଂଗଠନ ପକ୍ଷରୁ ଅନୁରୋଧ କରାଯିବା ସହ ଯଥାଶୀଘ୍ର ସମାଧାନ କରାଯିବ ନେଇ ପ୍ରତିଶ୍ରୁତି ଦେଇଛନ୍ତି ଟାଟା କର୍ମଚାରୀ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା