ଓଡିଶା

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୧୫ତମ ପ୍ରତିଷ୍ଠା ଦିବସ ପାଳିତ

ଜଟଣୀ (ପ୍ରଶାନ୍ତ କୁମାର ସାହୁ): ଜଟଣୀ ଅରଗୁଳସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୧୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ତାଙ୍କ ବକ୍ତବ୍ୟରେ ଆଇଆଇଟି ବିବିଏସର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ‘ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଭୂମିକା’ ଉପରେ ସେ ବିସ୍ତୃତ ଉପସ୍ଥାପନା କରିଥିଲେ I

ପ୍ରଫେସର କରମଳକର ୨୦୦୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଇଆଇଟି ଭୁବନେଶ୍ୱରର କାଳନୁକ୍ରମିକ ବିବର୍ତ୍ତନ ଉପରେ ଆଲୋକପାତ କରିବା ସହ ଉଲ୍ଲେଖନୀୟ ସ୍ନାତକ ଏବଂ ନୂତନ ଜ୍ଞାନ ସୃଷ୍ଟି କରିବା ପାଇଁ ସଂସ୍ଥାନର ବିଶ୍ୱସ୍ତରୀୟ ସ୍ୱୀକୃତି ହାସଲ କରିବାର ସଙ୍କଳ୍ପ ଏବଂ ଆଗାମୀ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଦେବପ୍ରତିମ ଘୋଷ, ଅଲିଭ ରାୟ, ଶ୍ରୀନିବାସ ପିନିସେଟ୍ଟୀ, ମୀନୂ ରାମଦାସ, ସୌରଭ ସିଲ, ଚନ୍ଦ୍ରଶେଖର ଭାମିଦିପତି, କୌଶିକ ସାମନ୍ତ, ବାସୁଦେବ ରାଓ ଅଲ୍ଲୁ, ରାଜାକୁମାର ଗୁଡୁରୁ, ଶ୍ରୀକାନ୍ତ ଗୋଲାପୁଡି ଏବଂ ଚେତନା କୃତୀ, ବିଭୂତି ଭୂଷଣ ସାହୁ, ଗିରିଶ କୁମାର ପିତା, ଜିଗ୍ନେଶା ବେହେରା, ଅକସ୍ମିକା ଷଡ଼ଙ୍ଗୀ ଓ ରତିକାନ୍ତ ମିଶ୍ରଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା