ଓଡିଶା

ଯୁଗ ପୁରୁଷୋତ୍ତମ୍ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ ତମ ଜନ୍ମ ମହୋତ୍ସବ ପାଳିତ

ବେଗୁନିଆପଡା (ବାପୁନି କୁମାର ମାଲୁ): ପରମପ୍ରେମମୟ ଯୁଗ ପୁରୁଷୋତ୍ତମ୍ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ ତମ ଜନ୍ମ ମହୋତ୍ସବ ପରମପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ପୁଣ୍ୟ ଆଗମନୀ ସ୍ମୃତି ଦିବସ ଏବଂ ସତସଙ୍ଗ ବିହାର ଖଲ୍ଲିକୋଟର ୭ମ ବାର୍ଷିକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବ୍ରାହ୍ମ ମୁହୂର୍ତରୁ ବେଦ ମାଙ୍ଗଳିକ ଓ ନହବତ, ପରେ ପ୍ରତ୍ୟୁଷରେ ଉଷା କୀର୍ତ୍ତନ, ସମବେତ ପ୍ରାତଃ ବିନତୀ ପ୍ରାର୍ଥନା ପରେ ଶୋଭାଯାତ୍ରାରେ ଶ୍ରୀଶ୍ରୀ ଠାକୁରଙ୍କ ସୁସଜ୍ଜିତ ପ୍ରତିକୃତି ସହ ମହା ସଂକୀର୍ତ୍ତନ ଓ ନଗର ପରିକ୍ରମା ହୋଇଥିଲା ।

ଅପରାହ୍ନରେ ମାତୃସମ୍ମିଳନୀ ପରେ ଖଲ୍ଲିକୋଟ ଅଞ୍ଚଳର କୁନି କୁନି ପିଲାଙ୍କ ଦ୍ୱାରା ଓଡ଼ଶୀ ନୃତ୍ୟ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖଲ୍ଲିକୋଟ ସତସଙ୍ଘ ବିହାର ମୁଖ୍ୟ ପରିଚାଳକ ତଥା ଶ୍ରୀଶ୍ରୀ ଠାକୁରଙ୍କ ପୃକ୍ତ ପାଞ୍ଜିଧାରୀ ସହପ୍ରତି ରୂତିକ ରଂଜିତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭଞ୍ଜନଗରରୁ ଆସିଥିବା ସହ ପ୍ରତି ରୂତିକ ଧ୍ରୁବଚରଣ ମହାରଣା, ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଏନଏସି ଅଧ୍ୟକ୍ଷ ନିରଞ୍ଜନ ବେହେରା, ବ୍ଲକ ଉପାଧ୍ୟକ୍ଷା ଭାରତୀ ମହାରଣା, ୧୩ ନମ୍ବର ଜିଲ୍ଲା ପରିଷଦ ବିନାୟକ ଜାଲି ଏବଂ ଖଲ୍ଲିକୋଟ ବ୍ଲକର ବହୁ ଗ୍ରାମପଞ୍ଚାୟତ ସରପଞ୍ଚ ଯୋଗ ଦେଇଥିଲେ । ଏହି ମହୋତ୍ସବରେ ସତସଙ୍ଗ ବିହାର ଅଚାର୍ଯ୍ୟ ତ୍ରିନାଥ ମିସ୍ତ୍ରୀ, ଯାଜକ ବାବୁଲା ସାହୁଙ୍କ ଉପସ୍ଥିତରେ ମୁଖ୍ୟ ଆୟୋଜକ ଭାବେ ହର୍ଷ ମହାରାଣା ଏବଂ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଗୁରୁଭାଇ ଯୋଗ ଦେଇ ଉତ୍ସବକୁ ଅତିସୁନ୍ଦର ଭାବେ ପରିଚଳାନା କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା