ହକ୍ ପାଇଁ ଲଢିବେ ଡ୍ରାଇଭର

ଜଟଣୀ (ପ୍ରଶାନ୍ତ କୁମାର ସାହୁ): ଡ୍ରାଇଭର ମହାସଂଘର ଚରମବାଣୀ । ବାରମ୍ବାର ଗୁହାରୀ କଲେ ଅଂହିସା ମାର୍ଗରେ ରାଜ୍ୟ ସରକାରଙ୍କୁ ସଂଘ ମାଧ୍ୟମରେ ଦାବି ଜଣାଇଲେ । ଥରେ କି ଦୁଇଥର ନୁହେଁ । ଅନେକଥର ଆନ୍ଦୋଳନକୁ ଓହ୍ଲାଇଲେ ଏବଂ ପ୍ରଶାସନର ପ୍ରତିଶ୍ରୁତି ଆଗରେ ମଥା ନୁଆଁଇ ଏହାକୁ ସମର୍ଥନ ମଧ୍ୟ କଲେ । ହେଲେ ଆଉ ସେମାନେ ଅବହେଳିତ ହେବେ ନାହିଁ । ଏଣିକି ନିଜ ହକ୍ ପାଇଁ ରାଜ୍ୟର ସମସ୍ତ ଡ୍ରାଇଭର ବନ୍ଧୁ ଏକତ୍ରିତ ହୋଇ ବିକ୍ଷୋଭ କରିବେ । ଆସନ୍ତା ୧୫ ରେ ସାରା ରାଜ୍ୟରେ କରାଯିବ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ । ଆଉ ଯେତେଦିନ ଯାଏଁ ସରକାର ଦାବି ପୂରଣ ନ କରିବେ ସେତେଦିନ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଡ୍ରାଇଭର ମହାସଂଘ । ଏ ନେଇ ଜଟଣୀରେ ଡ୍ରାଇଭର ମହାସଂଘର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।