ଆଗକୁ ଚାଷୀଙ୍କ ମୁଦ୍ଦା; ଜିଲ୍ଲା ଛାଡ ଏସ୍ପି

ଜଗତସିଂହପୁର (ରୀତା ସାହୁ): ଜଗତସିଂହପୁର ଜିଲ୍ଲାରେ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଗତ ୪ ଦିନ ତଳେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଚାନକ ଜିଲାପାଳଙ୍କ ଆବାସିକ କାର୍ୟ୍ୟାଳୟ ଆଗରେ ଧାନ ଢାଳି ବିକ୍ଷୋଭ ଓ ଘେରାଉକୁ ନେଇ ଜଗତସିଂହପୁର ପୋଲିସ ୧୪ ଜଣଙ୍କୁ ଗିରଫ କରିଥିବା ବେଳେ ସେଥି ମଧ୍ୟରୁ ୧୦ ଜଣଙ୍କୁ ଜେଲ ପଠାଇ ଦେଇଥିଲା । ତେବେ ପୋଲିସ ଦୀର୍ଘ ସମୟ ଧରି ଚାଷୀଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଜେଲ ପଠାଇ ଦେଇଥିଲା । ୪ ଦିନ ଜେଲରେ କଟାଇବା ପରେ ଜେଲରୁ ମୁକୁଳିଛନ୍ତି ୧୦ ଜଣ ଚାଷୀ ନେତା । ଭୋରୁ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେଵ ନନ୍ଦ ଜେଲରେ ପହଁଚି ତାଙ୍କୁ ସ୍ବାଗତ କରିବା ସହ ଆଗମୀ ଦିନରେ ଚାଷୀ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।