ପ୍ରଶଂସା ସାଉଁଟିବା ଲକ୍ଷ୍ୟରେ ସଉରା ସଙ୍ଗୀତ

ସଉରା ସମ୍ପ୍ରଦାୟର ଭାଷା, କଳା, ଐତିହ୍ୟ ଓ ପରମ୍ପରାକୁ ନେଇ ପ୍ରସ୍ତୁତ ହେଉଛି ଏକ ସୁନ୍ଦର ଗୀତ ଗର୍ଡ ଗର୍ଡା । ମହିମା ମ୍ୟୁଜିକଦ୍ବାରା ପ୍ରସ୍ତୁତ ଏହି ଗୀତର ଫାଷ୍ଟ ଲୁକ୍ ଲୋକର୍ପିତ ହୋଇଯାଇଛି । ଦର୍ଶକ ପୂର୍ବରୁ ସଉରା ସମ୍ପ୍ରଦାୟ ଉପରେ ପରିବେଷିତ ଏକ ସୁନ୍ଦର ଗୀତ ପିଣ୍ଡାନାମ୍ କୁ ବହୁଳ ମାତ୍ରାରେ ଭଲ ପାଇବା ଦେଇଥିଲେ । ତେବେ ଦର୍ଶକ ଏହି ଗୀତକୁ ମଧ୍ୟ ସମ ପରିମାଣରେ ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ପ୍ରକାଶ ପାଇଛି ।
ଶୋଭନ କାର୍ଜିଙ୍କ ପ୍ରଯୋଜନାରେ ନିର୍ମିତ ଏହି ସଙ୍ଗୀତରେ ଗୀତ ଗାଇଛନ୍ତି ଆପଣଙ୍କ ଅତି ପ୍ରିୟର କଣ୍ଠଶିଳ୍ପୀ ସାଧକ କାର୍ଜି ଏବଂ ଲମ୍ବୁ । ମିଲନ କାର୍ଜିଙ୍କ ରଚିତ ଏହି ସଙ୍ଗୀତକୁ ସଜେଇଛନ୍ତି କୁମାର ମଣ୍ଟୁ । ଆଉ ଏହି ଗୀତରେ କୋରିଓଗ୍ରାଫର ରହିଛନ୍ତି ଡେଭିଡ୍ । ଏହାର ୱେବ୍ ପାର୍ଟନର କନିନାନ୍ ଡଟ୍ କମ୍ ଥିବାବେଳେ ଇଭେଣ୍ଟ ପାର୍ଟନର ରହିଛି ଏମ୍ ଏମ୍ କ୍ରିଏଟିଭିସ୍ । ଗୀତର ଫାଷ୍ଟ ଲୁକ୍ ରିଲିଜ୍ ହୋଇଥିବାବେଳେ ଖୁବ୍ କମ୍ ଦିନରେ ଏହାର ଟିଜର ରିଲିଜ୍ ହେବାକୁ ଯାଉଛି । ତେବେ ସଉରା ସମ୍ପ୍ରଦାୟର ସଙ୍ଗୀତ, ଭାଷା, କଳା ଏବଂ ପରମ୍ପରାକୁ ଆଗକୁ ନେବାର ଏହି ପ୍ରୟାସକୁ ବହୁ ପ୍ରଶଂସା ମିଳୁଛି ।