ରସହ୍ୟ ଘେରରେ ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ

କଟକ (ଅଭୟ ଜେନା): କେମିତି ହେଲା ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ । ତାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । ଏହାରି ଭିତରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ମୃତ ରାଜଶ୍ରୀଙ୍କ ପରିବାର ଲୋକ । ତାଙ୍କ କହିବା ମୁତାବକ, ରାଜଶ୍ରୀ ଜଣେ ଭଲ ଖେଳାଳୀ । ସେ ଓଡିଶା ଟିମରେ ମଧ୍ୟ ଖେଳିଛନ୍ତି । ଏପରିକି ସେ ଓଡ଼ିଶା ପୋଲିସରେ କନେଷ୍ଟବଳ ଚାକିରି ପାଇଥାନ୍ତେ । ଏଥିପାଇଁ ତାଲିକାରେ ତାଙ୍କର ନାଁ ମଧ୍ୟ ଥିଲା । ଏ ନେଇ ସେ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦାଖଲ କରିଥିଲେ । ହେଲେ ତାଙ୍କୁ ଚାକିରି ନଦେବାକୁ ଷଡଯନ୍ତ୍ର କରିଥିଲା ଓସିଏ । ଏଥିପାଇଁ ରାଜଶ୍ରୀ ଓସିଏ ବିରୋଧରେ କେସ୍ କରିବାକୁ ନିକଟରେ ଚେତାବନୀ ଦେଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ରାଜଶ୍ରୀ କେବେବି ଏଭଳି ପଦକ୍ଷେପ ନେଇ ପାରିବେନି ବୋଲି କହିଛନ୍ତି ପରିବାର ଲୋକ । ଝିଅକୁ କେହି ହତ୍ୟା କରିଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି । ଏ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।
ଉଦୀୟମାନ ମହିଳା କ୍ରିକେଟର ରାଜଶ୍ରୀଙ୍କ ସ୍ବପ୍ନ ଧୂଳିସାତ ହେବାପରେ ଗତ 11ରୁ ସେ ନିଖୋଜ ହୋଇଥିଲେ । ଏ ନେଇ ତାଙ୍କ କୋଚ୍ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ତେବେ ଗତ 13 ତାରିଖରେ ତାଙ୍କର ଝୁଲନ୍ତା କ୍ଷତାକ୍ତ ମୃତଦେହ 20କିମି ଦୂର ଗୁରୁଡ଼ିଝଟିଆ ଘଞ୍ଚ ଜଙ୍ଗଲରୁ ପୋଲିସ ଉଦ୍ଧାର କରିଥିଲା ।