ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ହିନ୍ଦୋଳ (ସୁଜିତ କୁମାର ବେହେରା): ହିନ୍ଦୋଳ ନିର୍ବାଚନମଣ୍ଡଳୀ ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କଦ୍ବାରା ନୂତନବର୍ଷ ଉପଲକ୍ଷେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ, ହିନ୍ଦୋଳ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏମ୍ ଶ୍ରୀନିବାସ, ଏସଡିଏମ୍ଓ, ହିନ୍ଦୋଳ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ, ସମାଜସେବୀ ଗୋବର୍ଦ୍ଧନ ଶେଖର ନାୟକ ଓ ସମସ୍ତ ଚିକିତ୍ସାଳୟର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ହିନ୍ଦୋଳ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଫଳ ବଣ୍ଟନ କରିବା ସହ ଉପଖଣ୍ଡ ଚିକିତ୍ସାଳୟର ଉନ୍ନତିକରଣ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ନୂତନ ବର୍ଷର ଶୁଭେଚ୍ଛା ବାର୍ତ୍ତା ଆଦାନ ପ୍ରଦାନ ହୋଇଥିଲା । ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘର ଏଭଳି କାର୍ଯ୍ୟକ୍ରମକୁ ହିନ୍ଦୋଳ ଉପ ଜିଲ୍ଲାପାଳ ଓ ପ୍ରଶାସନ ସ୍ବାଗତ କରିଥିଲେ । ଏହାସହ ଆସନ୍ତା 8 ତାରିଖରେ ହିନ୍ଦୋଳ ଏନ୍ଏସିରେ ହେବାକୁ ଥିବା ରାହାଗିରୀ ଉତ୍ସବ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ । ଏଥିରେ ସାମ୍ବାଦିକ ସଂଘର ସଭାପତି ପ୍ରିୟଦର୍ଶନ ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ଦେବବ୍ରତ ନାୟକ, ସମ୍ପାଦକ ସୁଜିତ୍ କୁମାର ବେହେରା, ଯୁଗ୍ମ ସମ୍ପାଦକ ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଅଜୟ ଭଞ୍ଜ, ସନାତନ ନାଥ, କୋଷାଧ୍ୟକ୍ଷ ନଗେନ୍ଦ୍ର କୁମାର ଦାସ, ଉପଦେଷ୍ଟା ଦୀପକ ରଞ୍ଜନ ବିଶ୍ଵାଳଙ୍କ ସମତେ ସଂଘର ଅନ୍ୟ ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ ଥିଲେ ।