ହବିବ କ୍ଲବ୍ ପକ୍ଷରୁ ଏକଦିବସୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଜଟଣୀ (ପ୍ରଶାନ୍ତ କୁମାର ସାହୁ): ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡ଼ରଥିପୁରରେ ହବିବ କ୍ଲବ୍ ଆନୁକୁଲ୍ୟରେ ଏକଦିବସୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟରେ ୭ଟି ଦଳ ଭାଗ ନେଇଥିବାବେଳେ ଫାଇନାଲ ମ୍ୟାଚ୍ ତରାବୋଇ ଓ ଷଙ୍ଗଳାଇ ଦଳ ମଧ୍ୟରେ ଦେଖିବାକୁ ମିଳିଥିଲା । ଫାଇନାଲ ଫାଇଟରେ ଉଭୟେ ଉଭୟଙ୍କୁ ଖେଳ ମଇଦାନରେ କଡା ଟକ୍କର ଦେଇଥିଲେ । ପ୍ରଥମରୁ ମ୍ୟାଚ୍ ରୋମାଞ୍ଚପୂର୍ଣ୍ଣ ହୋଇଥିଲେ ହେଁ ଶେଷରେ ଷଙ୍ଗଳାଇ ଦଳ ବିଜୟ ହାସଲ କରି ଚାମ୍ପିଆନ୍ ହୋଇଥିବାବେଳେ ତରାବୋଇ ଦଳ ରନର୍ସଅପ୍ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ମାନ୍ୟବର ସାଂସଦ ମୁନା ଖାନ୍ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ,ବଦ୍ରୁଦିନ ଖାନ୍ ଏବଂ ବର୍ଷିଆନ୍ ଭଲିବଲ୍ ଖେଳାଳୀ ତଥା କୋଚ୍ ଜଗନ୍ନାଥ ଦାଶ ପ୍ରମୁଖ ଯୋଗ ଦେଇ ଚାମ୍ପିୟନ ଷଙ୍ଗଳାଇ ଦଳକୁ ନଗଦ ୫୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଏହାସହ ରନର୍ସଅପ୍ ତରାବୋଇ ଦଳକୁ ନଗଦ ୩୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ ।