ଜରଡାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନବପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜରଡାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଇତିଶ କୁମାର ବରାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଜରଡା ସରପଞ୍ଚ ଜ୍ଞାନରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ କିଭଳି କ୍ରୀଡାକୁ ସମାଜ କଲ୍ୟାଣରେ ବିନିଯୋଗ କରି ନିଜର ଉଜ୍ଜ୍ବଳ ଭବିଷ୍ୟତ ଗଠନ କରିବେ ସେ ନେଇ ପରାମର୍ଶ ଦେଇଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଜରଡା ସମିତିସଭ୍ୟା ଶୁଭଶ୍ରୀ ସାହୁ, ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ, ଶୁକାନ୍ତ କୁମାର ମାଝୀ, ପୂର୍ବତନ ସଭାପତି ଶୁବାସ ଚନ୍ଦ୍ର ପାଳ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ସମସ୍ତ ନିୟମ ମାନି ଶୃଙ୍ଖଳିତ ଭାବେ ନିଜର ଶ୍ରେଷ୍ଠତ୍ଵ ପ୍ରକାଶ କରିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ଏବଂ ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଇତିଶ କୁମାର ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଢେଙ୍କାନାଳରୁ ସୁଜିତ କୁମାର ବେହେରାଙ୍କ ସହ ଗୋପବନ୍ଧୁ ବାରିକ