ଓଡିଶା

ଟେଣ୍ଡରରେ ତ୍ରୁଟି; ଫସିଗଲେ ଏନ୍ଏସି କର୍ତୁପକ୍ଷ

ହିନ୍ଦୋଳ ଏନ୍ଏସି ଟେଣ୍ଡର ଫିକ୍ସିଂ କରି ପିସି ନେଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ଟେଣ୍ଡର ବାହାରିବା ପରେ ପୁଣି ଆଉ ଏକ ନୋଟିସ୍ ବାହାର କରି ଭୁଲ ତଥ୍ୟ ଦିଆଯାଇଥିବା ଘଟଣା ଏବେ ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ହିନ୍ଦୋଳ ଏନ୍ଏସିର ତିନି ନମ୍ବର ୱାର୍ଡରେ ଅବସ୍ଥିତ ତଥା ଭୂତ କୋଠିରେ ପରିଣତ ହୋଇଥିବା କଲ୍ୟାଣ ମଣ୍ଡପର ଟେଣ୍ଡର ବାହାରିଛି । ଯାହାକୁ ନେଇ ଜନସାଧାରଣ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି କଲ୍ୟାଣ ମଣ୍ଡପକୁ ନେଇ ହିନ୍ଦୋଳ ଏନ୍ଏସି ଏବେ ପଡୁଛି ଉଠୁଛି । ଚଳିତ ମାସ ୧୬ ତାରିଖ ଦିନ ୧୧ଟା ୩୦ରେ ହିନ୍ଦୋଳ ଏନ୍ଏସିର ଏକ କଲ୍ୟାଣ ମଣ୍ଡପର ଟେଣ୍ଡର ବାହାରିଛି । ଯାହାକୁ ନେଇ ହିନ୍ଦୋଳରେ ଚାଞ୍ଚଲ୍ୟ ଖେଳିଛି । ଏହା ସହ ଏନ୍ଏସି କର୍ତୁପକ୍ଷଙ୍କ ମୁଖା ଖୋଲିଥିବା ସର୍ବ ସାଧାରଣରେ ଆଲୋଚନା ହେଉଛି । ସେହି କଲ୍ୟାଣ ମଣ୍ଡପର ଅଟକଳ ମୂଲ୍ୟ ୧୩ କୋଟି ୧ ଲକ୍ଷ ୮୫ ହଜାର ୩୫୪ ଟଙ୍କା ହୋଇଛି ବୋଲି ଟେଣ୍ଡର୍ସ ଓଡ଼ିଶାରେ ଦେଖିବାକୁ ମିଳିଛି ।

ଅପରପକ୍ଷେ ହିନ୍ଦୋଳ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ଏମ୍ ଶ୍ରୀନିବାସ ଏହାକୁ ଘଣ୍ଟ ଘୋଡାଇବାକୁ ଯାଇ ଗୋଟିଏ ଦିନ ପରେ ଏକ ନୋଟିସ କରିଛନ୍ତି । ସେଥିରେ ପିନ୍ କୋଡ଼- ୭୫୯୦୨୨ ଜାଗାରେ- ୭୫୯୦୧୭  ହୋଇଯାଇଛି ଓ ଅଟକଳ ମୂଲ୍ୟ ୧ କୋଟି ୩୦ ଲକ୍ଷ ୧୮ ହଜାର ୩୫୪ ଟଙ୍କା ଜାଗାରେ ୧୩ କୋଟି ୧ ଲକ୍ଷ ୮୫ ହଜାର ୩୫୪ ଟଙ୍କା ହୋଇଯାଇଛି ବୋଲି ଲେଖାଯାଇଛି ।

ଏହି ଘଟଣାକୁ ହିନ୍ଦୋଳ ଏନ୍ଏସିବାସୀ ଦୃଢ ନିନ୍ଦା କରିବା ସହ ଏନ୍ଏସି କର୍ତୁପକ୍ଷଙ୍କ ମତି ଭ୍ରମ ହୋଇଛି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଏନ୍ଏସିର ଅନାବଶ୍ୟକ ପରିସ୍ଥିତି ଯୋଗୁଁ ଅଟକଳ ମୂଲ୍ୟ ଭୁଲ୍ ହେଲା କିପରି । ଟେଣ୍ଡର୍ସ ଓଡିଶାରେ  ହିନ୍ଦୋଳର ପିନ୍ କୋଡ଼- ଠିକ ଥାଇ ଭୁଲ ଅଛି ବୋଲି ହିନ୍ଦୋଳ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ଏକ ନୋଟିସ କଲେ କିପରି । ତେବେ ହିନ୍ଦୋଳ ଏନ୍ଏସି ଟେଣ୍ଡରରେ କରିଥିବା ଗାଇଡ଼ ଲାଇନଟି ସରକାରୀ ଗାଇଡ଼ ଲାଇନ ଭିତରେ ନାହିଁ ବୋଲି ହିନ୍ଦୋଳ ଏନ୍ଏସିର କିଛି ବରିଷ୍ଠ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହେଉଥିବାବେଳେ ଏନ୍ଏସି କର୍ତ୍ତୃପକ୍ଷ ଏକ ହୋଟେଲରେ ବସି ଠିକାଦାରଙ୍କ ସହ ଟେଣ୍ଡର ଫିକ୍ସିଂ କରିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଶୁଣିବାକୁ ମିଳୁଛି ।

ଏପଟେ ଟେଣ୍ଡର ବାହାରିବା ପରେ ହିନ୍ଦୋଳ ଏନ୍ଏସି ଚେୟାରମ୍ୟାନ ଚାର୍ଜରେ ଥିବା ଉପାଧ୍ୟକ୍ଷ ଟିମା ବେହେରା ନିଜ ଦୋଷ ଛଡ଼ାଇବାକୁ ଯାଇ କହିଛନ୍ତି ଯେ, ଏହି ଟେଣ୍ଡର ହିନ୍ଦୋଳ ଏନ୍ଏସି କର୍ତ୍ତୃପକ୍ଷମାନେ ଭୁଲରେ କରିଛନ୍ତି ।

ହିନ୍ଦୋଳ ଏନ୍ଏସିରେ ଏଭଳି ଦୁର୍ନୀତିକୁ ନେଇ ଜନସାଧାରଣ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଅଣ୍ଟା ଭିଡୁଥିବାବେଳେ ସରକାର ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଦେଖିବାକୁ ବାକି ରହିଲା ।

ଢେଙ୍କାନାଳରୁ ସୁଜିତ କୁମାର ବେହେରାଙ୍କ ସହ ଗୋପବନ୍ଧୁ ବାରିକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା