ବଡଦିଦିଙ୍କ ବିଦାୟ ସମ୍ବର୍ଦ୍ଧନାରେ ସମସ୍ତଙ୍କ ଆଖିରେ ଲୁହ

ନିଶ୍ଚିନ୍ତକୋଇଲି: ଜନାର୍ଦ୍ଦନପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ନାୟକଙ୍କୁ ଏକ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜନାର୍ଦ୍ଦନପୁର ସରପଞ୍ଚ ବିଶ୍ୱଭୂଷଣ ନାୟକ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ କଳମିଶ୍ରି ସରପଞ୍ଚ ଅନନ୍ତ କର, ହାଇସ୍କୁଲ ପ୍ରଧାନ ଶିକ୍ଷକ ଦେବପ୍ରସାଦ କର, ଅବସରପ୍ରାପ୍ତ ଏବିଓ ନଳିନୀକାନ୍ତ ମିଶ୍ର, ଶିକ୍ଷକ ସଙ୍ଘ ସମ୍ପାଦକ ଶାନ୍ତନୁ କୁମାର କର, ସମିତି ସଭ୍ୟ ରଞ୍ଜନ ବେହେରା, ପ୍ରାକ୍ତନ ପ୍ରଧାନ ଶିକ୍ଷକ କାଙ୍ଗାଳି ଚରଣ ଜେନା, ସିଆରସି ଉମେଶ ରାଉତ ପ୍ରମୁଖ ଉପସ୍ଥିତ ରହି ଶ୍ରୀମତି ନାୟକଙ୍କ ଶିକ୍ଷକତା ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ ।
ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଶାରଦା ପ୍ରସାଦ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ନୃସିଂହ ଚରଣ ମହାପାତ୍ର ସ୍ୱାଗତ ସୂଚନା ପ୍ରଦାନ କରିଥିବାବେଳେ, ଶିକ୍ଷୟିତ୍ରୀ କାନ୍ତିଲତା ଷଡ଼ଙ୍ଗୀ, ସୃଷ୍ଟିଧର କର, ସାଗରିକା ମିଶ୍ରଙ୍କ ସମେତ କ୍ଲଷ୍ଟରସ୍ତରୀୟ ବିଦ୍ୟାଳୟ ଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ପଞ୍ଚାୟତ କଳାପରିଷଦ ସଭାପତି ପ୍ରମୋଦ ନାୟକ ଓ ସମ୍ପାଦକ ବିଶ୍ୱଜିତ ପରିଡା ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।
ସାଲେପୁରରୁ ଅଭୟ ଜେନା