ଓଡିଶା

କିଏ ପିନ୍ଧିବ ମାଟିର ମୁକୁଟ ? ଆସନ୍ତାକାଲି ପଦ୍ମପୁରରେ ମତାଧିକାର ସାବ୍ୟସ୍ତ କରିବେ ମତଦାତା…

ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ପ୍ରଚାର ପ୍ରସାର ରହିଛି । ରାତି ପାହିଲେ ନିଜ ନିଜ ମତାଧିକାର ସାବ୍ୟସ୍ତ କରିବା ଭୋଟର । ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ । ନିର୍ବାଚନମଣ୍ଡଳୀରେ ମୋଟ ୩୧୯ଟି ବୁଥ୍ ରହିଥିବାବେଳେ ୧ ହଜାର ୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିବେ । ୬ଟି ପିଙ୍କ୍ ବୁଥ୍ ହୋଇଥିବା ବେଳେ ୧୫ଟି ମଡେଲ୍ ବୁଥ୍ ହୋଇଛି । ୭୯ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ୪୬ଟି ବୁଥ୍ ମାଓ ପ୍ରବଣ ଅଞ୍ଚଳରେ ଥିବାରୁ ପୋଲିଂ ପାର୍ଟିର ରାତ୍ର ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସେହିପରି ଉପନିର୍ବାଚନରେ ମୋଟ୍ ୬୬୭ଟି ଗାଡ଼ି ବ୍ୟବହାର ହେବ । ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆରପିଏଫ୍, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ପ୍ରଶାସନ ସୂଚନା ଦେଇଛି । ଭୋଟ୍ ଗ୍ରହଣ ପାଇଁ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସମେତ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପଦ୍ମପୁରରେ ମୋଟ ୨ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୨୯ ହଜାର ୪୯୭ । ସେହିପରି ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୬୫ ରହିଛି ।

କିଭଳି ନିର୍ବାଚନକୁ ସ୍ୱଚ୍ଛ ,ଅବାଧ କରାଯାଇ ପାରିବ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜନସାଧରଣଙ୍କୁ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଏବଂ ଅଧିକରୁ ଅଧିକ ଲୋକେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଶାନ୍ତି ଶୃଙ୍ଖଳାର ସହିତ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ବରଗଡ଼ ଜିଲ୍ଲାପାଳ ଓ ଏସ୍.ପି ।

ପଦ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

ସୂଚନାଯୋଗ୍ୟ, ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁର ଆସନ ଖାଲି ପଡ଼ିଥିଲା । ତେବେ ଆସନ୍ତାକାଲି ଭୋଟ୍ ହେବାକୁ ଥିବାବେଳେ ଡିସେମ୍ବର ୮ ରେ ଆସିବ ଫଳାଫଳ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା